ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୁଲିସ ଦ୍ୱାରା ପ୍ରାୟ ୨୨୫ ଗ୍ରାମ ବ୍ରାଉନସୁଗାର ସୋମବାର ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ଏକ ଦାମୀ କାର, ବନ୍ଧୁକ ଜବତ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି।

Comments are closed.