ବଜାରକୁ ଆସିଲା ହିରୋର ‘ମାଇଷ୍ଟ୍ରୋ ଏଜ୍‍ ୧୨୫’ ସ୍କୁଟର

ନୂଆଦିଲ୍ଲୀ : ହିରୋ ମୋଟର୍ସ କପର ‘ମାଏଷ୍ଟ୍ରୋ ଏଜ୍‍ ୧୨୫’ ସ୍କୁଟର ଭାରତରେ ଲଞ୍ଚ କରିିଛି। ଏହାର ୩ଟି ମୁଖ୍ୟ ୱାରିଏଣ୍ଟ ରହିଛି। ଗୋଟିଏରେ ଡିସ ବ୍ରେକ ଓ ଅନ୍ୟଟିରେ ଡ୍ରମ ବ୍ରେକ ରହିଛି। ଡ୍ରମ ବ୍ରେକ ୱାରିଏଣ୍ଟର ମୂଲ୍ୟ ୫୮,୫୦୦ ଟଙ୍କା ରହିଥିବା ବେଳେ ଡିସ ବ୍ରେକ ୱାରିଏଣ୍ଟର ମୂଲ୍ୟ ୬୦ହଜାର ଟଙ୍କା ରହିଛି। ଅନ୍ୟ ଏକ ୱାରିଏଣ୍ଟର ମୂଲ୍ୟ ୬୨,୭୦୦ ଟଙ୍କା ରହିଛି।
ଏହି ସ୍କୁଟରର ବିକ୍ରି ମେ ୧୬ ତାରିଖରୁ ଆରମ୍ଭ କରାଯିବ। ଗ୍ରାହକ ନୀଳ, ବ୍ରାଉନ, ଗ୍ରେ ଓ ନାଲି ୪ଟି ରଙ୍ଗରେ ଏହି ସ୍କୁଟର ବଜାରରୁ କିଣିପାରିବେ। ମାଏଷ୍ଟ୍ରୋ ଏଜ୍‍ ୧୧୦ସିସି ତୁଳନାରେ ଏହି ସ୍କୁଟରରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। ଏହି ସ୍କୁଟରରେ ୟୁଏସଭି ଚାର୍ଜିଂ, ଆଇଥ୍ରିଏସ ଷ୍ଟ୍ରାଷ୍ଟ୍‍ ଟପ୍‍ ସିଷ୍ଟମ ଆଦି ଅତ୍ୟାଧୁନିକ ସୁବିଧା ରହିଛି।

Comments are closed.