୨୯ରେ ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚି :  ଝାଡ଼ଖଣ୍ଡରେ ଜେଏମଏମ, କଂଗ୍ରେସ ଓ  ଆରଜେଡି ମହାମେଣ୍ଟର ନେତା ହେମନ୍ତ ସୋରେନ ଆସନ୍ତା ୨୯ ତାରିଖ  ରବିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମଙ୍ଗଳବାର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା ପରେ ସେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି । ପୂର୍ବରୁ ରାଜ୍ୟପାଳ ଶ୍ରୀ ସୋରେନଙ୍କୁ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଥିଲେ।

ମଙ୍ଗଳବାର ଶ୍ରୀ ସୋରେନଙ୍କୁ ଆନୁଷ୍ଠାନିକ ଭାବେ ଜେଏମ୍‍ଏମ୍‍ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ବିଧାନସଭା ନିର୍ବାଚନରେ ମହାମେଣ୍ଟର ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ । କଂଗ୍ରେସ ଓ ଆରଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ତାଙ୍କ ସପକ୍ଷରେ ସମର୍ଥନପତ୍ର ଦିଆଯାଇଛି ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ ୩୦,କଂଗ୍ରେସ ୧୬, ଆରଜେଡି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ସେହିପରି ‌ବିଜେପି ୨୫ଟି ଅନ୍ୟାନ୍ୟ ଦଳ ୯ ଟି ଆସନରେ ବିଜୟୀ ହୋଇଛନ୍ତି ।  ପୂର୍ବରୁ ହେମନ୍ତ ସୋରେନ ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସଂପର୍କରେ ଘୋଷଣା କରାଯାଇଥିବା ବେଳେ ପରେ ଏହାକୁ ୨୯ ତାରିଖକୁ ସ୍ଥିର କରାଯାଇଛି।

 

Comments are closed.