ଫନି ମୁକାବିଲା ପାଇଁ ୩୦ ଜିଲ୍ଲା ପାଇଁ ନିୟନ୍ତ୍ରଣ କକ୍ଷ ଫୋନ୍‌ ନମ୍ବର ଜାରି

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନି ଓଡ଼ିଶାର  ପୁରୀ ଉପକୂଳ ଆଡକୁ ଅଗ୍ରସର ହେଉଛି । ଶୁକ୍ରବାର ସକାଳେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସମୁଦ୍ର ନିକଟସ୍ଥ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।  ତିରିଶଟି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ଟି ଜିଲ୍ଲାର ଫୋନ୍‌ ନମ୍ବର ଜାରି କରାଯାଇଛି । ଏହି ଫୋନ୍‌ ନମ୍ବରକୁ ନିମ୍ନରେ ପ୍ରଦାନ କରାଯାଇଛି ।

 

Comments are closed.