ବାଘମାରି ଥାନା ପକ୍ଷରୁ ହେଲମେଟ ଚେକିଂ, ୩୭ ହଜାର ଫାଇନ ଆଦାୟ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଧିକାରୀ ପ୍ରଣିତା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସିମୋର-ବାଙ୍କୀ ରାସ୍ତାର ପୋଡାଡିହ ଦିନିଆରୀ ମଧ୍ୟବର୍ତୀ ରାସ୍ତାରେ ଶୁକ୍ରବାର ହେଲମେଟ ଚେକିଂ କରାଯାଇଛି। ଚେକିଂ ସମୟରେ ନିୟମ ଖିଲାପକାରୀଙ୍କଠାରୁ ୩୭ ହଜାର ଫାଇନ ଆଦାୟ କରାଯାଇଛି । ଏଥିରେ ୨୯ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯାଇଛି । ଏହି ଚେକିଂ ସମୟରେ ଉପଆରକ୍ଷୀ ବ୍ରହ୍ମାନନ୍ଦ ସ୍ୱାଇଁ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

 

Comments are closed.