ହେଲମେଟ ଯାଞ୍ଚ ; ୨୪ହଜାର ଟଙ୍କା ଜୋରିମାନା ଆଦାୟ

ବେଗୁନିଆ : ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ସିମୋରକଣ୍ଟାମଳିମ ଛକରେ ଆଜି ବାଘମାରୀ ପୁଲିସ ପକ୍ଷରୁ ହେଲମେଟ ଚେକିଂ କରାଯାଇଥିଲା ଦୁଇ ଚକିଆ ଗାଡ଼ିରେ ଯାଉଥିବା ଯେଉଁ ବ୍ୟକ୍ତିମାନେ ହେଲମେଟ ବ୍ୟବହାର କରୁନାହାନ୍ତି ସେମାନଙ୍କ ଠାରୁ ୨୪ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ୧୨ଜଣ ଚାଳକଙ୍କର ଡିଏଲ ତିନି ମାସ ପର୍ଯ୍ୟନ୍ତ ବାତିଲ କରିବା ପାଇଁ ଆରଟିଓଙ୍କୁ ସୁପାରିଶ କରାଯାଇଛି ଏହି ହେଲମେଟ ଚେକିଂରେ ବାଘମାରୀ ଥାନା ଏସ୍‌ଆଇ ବ୍ରହ୍ମକ୍ଷନନ୍ଦ ସ୍ୱାଇଁ, ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଥାନା କର୍ମଚାରୀମାନେ ସାମିଲ ଥିଲେ ହେଲମେଟ ଯାଞ୍ଚ ବେଳେ ୨୪ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି।

Comments are closed.