ପୁଲିସ ପକ୍ଷରୁ ହେଲମେଟ ଯାଞ୍ଚ, ୧୭ ଗାଡିରୁ ୩୩୦୦ ଟଙ୍କା ଜୋରିମାନା

ଆଠଗଡ : ଆଠଗଡ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ହେଲମେଟ ଯାଞ୍ଚ ଅଭିଯାନ ଜାରି ରହିଛି। ଏହି  କ୍ରମରେ ମଙ୍ଗଳବାର ପୁରୁଣା କଟକ-ସମ୍ବଲପୁର ରାସ୍ତାର ହରିପୁରଠାରେ ସକାଳେ ହେଲମେଟ ଯାଞ୍ଚ କରିବା ଅବସରରେ ୧୭ଟି ଦୁଇ ଚକିଆ ଯାନର ଚାଳକଙ୍କର ହେଲମେଟ ନଥିବାରୁ ସେମାନଙ୍କଠାରୁ ୩୩୦୦ଟଙ୍କା ଜୋରିମନା ଆଦାୟ ସହ ପ୍ରଥମ ଥର ପାଇଁ ଚେତାବନୀ ଦିଆଯାଇ ଛଡାଯାଇଛି। ପୁନର୍ବାର ସେମାନେ ବିନା ହେଲମେଟରେ ଧରାହେଲେ ସେମାନଙ୍କର ଲାଇସେନ୍ସ ୩ମାସ ପାଇଁ ରଦ୍ଦ କରାଯିବ ବୋଲି ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ଚେତାଇ ଦେଇଥିଲେ। ସବ୍ଇନ୍ସପେକ୍ଟର ଶକୁନ୍ତଳା ଦାସଙ୍କ ନେତୃତ୍ୱରେ ଏହି ଯାଞ୍ଚ ଅଭିଯାନରେ ବହୁ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଆସନ୍ତା ବୁଧବାରଠାରୁ ଆଠଗଡ ସହର ଏବଂ ବିଭିନ୍ନ ମୁଖ୍ୟରାସ୍ତା ଗୁଡିକରେ ପରିବହନ ବିଭାଗୀୟ ଅଧିକାରୀଙ୍କ ସହ ଆଠଗଡ ପୁଲିସ ଦୁଇ ଚକିଆ ଚାଳକ ଓ ସହଯାତ୍ରୀଙ୍କ ହେଲମେଟ ସମେତ ଅନ୍ୟାନ୍ୟ ବିଷୟରେ ଯାଞ୍ଚ ହେବ ବୋଲି ଆଠଗଡ ଥାନା ସୁତ୍ରରୁ ପ୍ରକାଶ।

Comments are closed.