ସେନା ହେଲିକପ୍ଟର ଦୁର୍ଘଟଣା: ପତ୍ନୀ ମଧୁଲିକାଙ୍କ ସହ ଯାତ୍ରା କରୁଥିଲେ ସିଡିଏସ ଜେନେରାଲ ବିପିନ ରାୱତ

ତାମିଲନାଡୁ କୁନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନା ହେଲିକପ୍ଟରରେ ପତ୍ନୀ ମଧୁଲିକାଙ୍କ ସହ ଯାତ୍ରା କରୁଥିଲେ ସିଡିଏସ ଜେନେରାଲ ବିପିନ ରାୱତ। ପାଇଲଟଙ୍କ ସମେତ ଏହି ହେଲିକପ୍ଟରରେ ମୋଟ ୧୪ ଜଣ ଯାତ୍ରା କରୁଥିବା ସୂଚନା ମିଳିଛି।

ମିଳିଥିବା ଯାତ୍ରୀ ଓ ବିମାନ କର୍ମଚାରୀ ତାଲିକା ଇତିମଧ୍ୟରେ ହସ୍ତଗତ ହୋଇଛି। ସେ ତାଲିକା ଅନୁଯାୟୀ, ସେହି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଯେଉଁମାନେ ଯାତ୍ରା କରୁଥିଲେ ସେମାନେ ହେଉଛନ୍ତି –
– ଗ୍ରୁପ କ୍ୟାପଟେନ ପି.ଏସ. ଚୌହାନ (ପାଇଲଟ)
– ସ୍କ୍ୱାଡ଼ନ ଲିଡର କୁଲଦୀପ (ପାଇଲଟ)
– ଜେନେରାଲ ବିପିନ ରାୱତ (ସିଡିଏସ)
– ମଧୁଲିକା ରାୱତ (ଜେନେରାଲ ବିପିନ ରାୱତଙ୍କ ପତ୍ନୀ)
– ବ୍ରିଗେଡିଅର ଏଲ.ଏସ. ଲିଡର
– ଲେପଟନାଣ୍ଟ କଲୋନେଲ ହରଜିନ୍ଦର ସିଂ
– ନାଏକ ଗୁରସେବକ ସିଂ
– ନାଏକ ଜିତେନ୍ଦ୍ର କୁମାର
– ଲେପଟନାଣ୍ଟ/ନାଏକ ବିବେକ କୁମାର
– ଲେପଟନାଣ୍ଟ/ନାଏକ ବି. ସାଇ ତେଜା
– ହାବିଲଦାର ସତପାଲ

ତେବେ ମିଳିଥିବା ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଛି କିନ୍ତୁ ଜେନେରାଲ ବିପିନ ରାୱତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

Comments are closed.