ଭୀମାପଡା କାନଝରୀ ପୋଲ ଉପରେ ୩ ଫୁଟ ପାଣି

ପାଟଣା-କେନ୍ଦେଇପଶି ଯୋଗାଯୋଗ ବିଚ୍ଛିନ୍ନ

ପାଟଣା: ପାଟଣା କେନ୍ଦେଇପଶି ମଧ୍ୟସ୍ଥ ଭୀମାପଡାଠାରେ ଥିବା କାନଝରୀ ସେତୁ ଉପରେ ଆଜି ସକାଳୁ ୩ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେବାରୁ ଏହି ରାସ୍ତାରେ ସାଧାରଣ ଗମନାଗମନରେ ସମସ୍ୟା ଦେଖା ଦେଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିବା ସହ ଲୋକେ ଯାତାୟତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କୈାଣସି ଅଘଟଣ ନ ଘଟିବା ପାଇଁ ପାଟଣା ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ଜଗିରହି ପୋଲ ଉପରେ ଯାତାୟତ ନ କରିବାକୁ ଉପସ୍ଥିତ ଯାନବାହାନ ଚାଳକଙ୍କୁ କହିଥିଲେ । ଗତରାତି କାନଝରୀ ଡ୍ୟାମରୁ ନଦୀ ମଧ୍ୟରୁ ୧୦୦ କ୍ୟସେଶ ପାଣି ଛଡା ଯାଇଥିବାରୁ ଭୀମାପଡାରେ ଥିବା ପୁରୁଣା ନିଚ୍ଚା ସେତୁ ଉପରେ ପାଣି ଚାଲିଥିଲା ।

ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଭୀମାପଡା ସେତୁ ନିକଟରେ ଏପରି ସମସ୍ୟା ଦେଖାଦେଉ ଥିବାରୁ ଏପରେ ଉଚ୍ଚ ପୋଲ ନିର୍ମାଣ କାର୍ୟ୍ୟ ଚାଲିଛି ।

Comments are closed.