୧୧ ଜିଲାକୁ ପ୍ରବଳ ବର୍ଷା ସତର୍କତା

ଭୁବନେଶ୍ଵର : ସାରା ଓଡ଼ିଶାରେ ଲଗାଣ ବର୍ଷା ହେବା ଫଳରେ ରାଜ୍ୟରେ ଥିବା ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହାଦ୍ବାରା ନଦୀକୂଳିଆବାସୀ ଭୟଭିତ ହୋଇପଡ଼ିଛନ୍ତି। ଏପଟେ ରାଜ୍ୟରେ ଆଗକୁ ଆହୁରି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ବୁଧବାର ସକାଳ ୧୦ଟା ସୁଦ୍ଧା ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Comments are closed.