ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନାଁରେ ଭେଳିକି, ସେବା ଯୋଗାଣବନ୍ଦ କଲେ ୩୦୦ ଘରୋଇ ନର୍ସିଂହୋମ

ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବାଃ ବାଃ ନେଉଥିବା ବେଳେ ସାମ୍ନାକୁ ଆସିଛି ଏହାର ଅସଲ ରୂପ। ବାକିରେ ଚାଲିଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁବନ୍ଧିତ କରିଥିବା ବେସରକାରୀ ନର୍ସିଂହୋମ ଗୁଡିକୁ ବୀମା ଟଙ୍କା ସଠିକ ସମୟରେ ପୈଠ କରୁନାହାନ୍ତି। ଯାହା ଫଳରେ ବୁଧବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେବା ବନ୍ଦ କରିବାକୁ ୩୦୦ ବେସରକାରୀ ନର୍ସିଂହୋମ ରୋକଠୋକ ମନା କରିଦେଇଛନ୍ତି। ରାଜ୍ୟ ସରକାର ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ବାକି ରଖିଥିବା ସୂଚନା ଦେଇଛନ୍ତି ବେସରକାରୀ ମେଡିକାଲ ଫୋରମ ସଂପାଦକ ଇନ୍ଦ୍ରମଣୀ। ରାଜ୍ୟ ସରକାର ତୁରନ୍ତ ବାକିଥିବା ଟଙ୍କା ପ୍ରଦାନ କରିବାକୁ ଦାବୀ କରି କହିଛନ୍ତି ରାଜ୍ୟ ସରକାର ବାକିଥିବା ଟଙ୍କା ପୌଠ ନକଲେ ବେସରକାରୀ ସଂସ୍ଥା ଗୁଡିକ ଏହି ଯୋଜନାରୁ ଓହରି ଯିବାକୁ କହିଛନ୍ତି। ସୁଚନାଯୋଗ୍ୟ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୨୦୧୮ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାୟ ୭୦ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ ନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରିଥିଲେ ରାଜ୍ୟ ସରକାର । ଆଉ ଏହି ଯୋଜନାରେ ଚିକିତ୍ସା ବାବଦକୁ ପ୍ରତି ପରିବାରକୁ ୫ ଲକ୍ଷ ଓ ମହିଳା ମାନଙ୍କୁ ଅତିରିକ୍ତ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବାର ବ୍ୟବସ୍ଥା ରହିଛି।

Comments are closed.