ସ୍ୱାସ୍ଥ୍ୟ ମନ୍ତ୍ର

ସକାଳୁ ଉଠି ପ୍ରଥମେ ଖାଲି ପେଟରେ ପାଣି ପିଇବା ଉଚିିତ। ପାଣିକୁ ସାମାନ୍ୟ ଉଷୁମ କରି ମଧ୍ୟ ପିଇପାରିବେ। ଏହା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ସକାଳୁ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା ଉଚିତ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କାର୍ୟ୍ୟ କରିବାକୁ ମଧ୍ୟ ଇଚ୍ଛା ହୋଇଥାଏ। ହାଲିଆ ଲାଗିନଥାଏ।
ଖରାବେଳର ଖାଦ୍ୟ ଦିନ ୧ଟାରେ ଖାଇବା ଉଚିତ । ଫଳରେ ସକାଳର ଜଳଖିଆ ଓ ଖରାବେଳର ଖାଦ୍ୟ ମଧ୍ୟରେ ଅଧିକ ବ୍ୟବଧାନ ହୋଇନଥାଏ। ଏହା ଦ୍ୱାରା ଖାଦ୍ୟରୁ ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମିଳିଥାଏ।
ରାତ୍ରିର ଭୋଜନ ସର୍ବଦା ୮ଟା ମଧ୍ୟରେ ଖାଇବା ଉଚିତ। ଏହା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ।
ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ଚୁଡା…….
ଚୁଡ଼ାରେ ଭରପୁର ମାତ୍ରାରେ ଆଇରନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ଓ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି ପାଇଥାଏ।
– ଚୁଡ଼ା ଉପମା ପ୍ରସ୍ତୁତ କରି ଖାଇବା ଦ୍ୱାରା ଏଥିରେ ବିଭିନ୍ନ ପ୍ରକାର ପରିବା ଯେପରି ଗାଜର, ବିନସ୍‍ , ବିଟ୍‍, ମଟର ଛୁଇଁ, ଆଦିର ପ୍ରୟୋଗ ହେବା ଦ୍ୱାରା ଏଥିରେ ବହୁ ପରିମାଣରେ ଖଣିଜ, ଭିଟାମିନ, ଫାଇବର ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।
– ଚୁଡ଼ା ଉପମାରେ ଶୁଖିଲା ଖୁଆ, ଅଣ୍ଡା, ସୋୟାବିନ ପକାଇ ପ୍ରସ୍ତୁତ କରାଗଲେ ଏଥିରୁ ଭିଟାମିନ ସହ ପ୍ରୋଟିନ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ।
– ଚୁଡ଼ାରେ କାର୍ବୋହାଇଡ଼୍ରେଡ଼ ଥିବାରୁ ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ଏହାସହ ବିଭିନ୍ନ ରୋଗ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ।
– ଚୁଡ଼ା ଖାଇବା ଦ୍ୱାରା ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ।
– ଚୁଡ଼ା ଖାଇବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ।
– କେବଳ ଜଳଖିଆ ନୁହେଁ ଏହାକୁ ଅନ୍ୟ ସମୟରେ ମଧ୍ୟ ଖାଇପାରିବେ। ଏହା ଶରୀରକୁ ଯଥେଷ୍ଟ ପରିମାଣରେ ଫାଇବର, ପ୍ରୋଟିନ ଓ କ୍ୟାଲୋରୀ ଯୋଗାଇଥାଏ।

Comments are closed.