ସବୁଜ ପନିପରିବା ; ଗୁଣ ଜାଣି ଆରମ୍ଭ କରିବେ ସେବନ

ସବୁଜ ପନିପରିବାରେ ଥିବା ଭିଟାମିନ ହାଡ଼ ଓ ତ୍ୱଚା ପାଇଁ ଉପକାରୀ। ନିୟମିତ ସବୁଜ ପନିପରିବା ଖାଇବା ଦ୍ୱାରା ବୃକକ୍‍ ସଫା ଓ ସୁସ୍ଥ ରହେ। ଏହା ସହ ବୃକକ୍‍ ରେ ପଥର (ଷ୍ଟୋନ୍‍ ) ସମସ୍ୟା ଦୂର ହୋଇଥାଏ। ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ସବୁଜ ପନିପରିବାରେ ପ୍ରଚୁର ପରିମାଣରେ ଭିଟାମିନ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଏହା ହାଡ଼କୁ ଶକ୍ତ କରିଥାଏ।  ସପ୍ତାହକୁ ୩ ରୁ ୪ ଥର ପାଳଙ୍ଗ ଶାଗ, ମୂଳା, ମୂଳା ଶାଗ, ସୋରିଷ , ମେଥି ଶାଗ ଖାଆନ୍ତୁ। ବିଶେଷଜ୍ଞଙ୍କ ମତରେ ମିନେରାଲ୍ସ ଯୁକ୍ତ ଖାଦ୍ୟ ଖାଇଲେ ଏହା କର୍କଟ ରୋଗରୁ ରକ୍ଷା କରେ। ପନିପରିବାରେ ମିନେରାଲ୍ସ, ଫାଇବର, ଆଇରନ, କ୍ୟାଲସିୟମ ଆଦି ରହିଥିବାରୁ ଏହା ଶରୀରକୁ ବହୁ ରୋଗରୁ ରକ୍ଷା କରେ। ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ ଏହା ଆମ ଦୈନନ୍ଦିନ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ। ସ୍ୱାସ୍ଥ୍ୟର ଅବସ୍ଥା ଠିକ ନ ରହିଲେ କୌଣସି କାର୍ୟ୍ୟରେ ଆଗ୍ରହ ମଧ୍ୟ ଆସିନଥାଏ। ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେବା ଦ୍ୱାରା ବିଭିନ୍ନ ପ୍ରକାର ଜୀବାଣୁ ଓ ଭୂତାଣୁ ଶରୀରକୁ ଅତି ସହଜରେ ଆକ୍ରମଣ କରିଥାଆନ୍ତି। ଫଳରେ ଲୋକେ ବାରମ୍ବାର ରୋଗରେ ପଡ଼ନ୍ତି। ଜୀବାଣୁ ଓ ଭୂତାଣୁ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଆମକୁ ସାହାଯ୍ୟ କରିଥାଏ। ତେଣୁ ଏହି ରୋଗ ପ୍ରତିରୋଧକ କ୍ଷମତାକୁ ସଠିକ ରଖିବା ନିହାତି ଆବଶ୍ୟକ । ସଠିକ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା ଦ୍ୱାରା ଏହି ସମସ୍ୟା ଦୂର ହେବ। ଜାଣନ୍ତୁ କେଉଁ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢେ…
ରସୁଣ –
ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡ଼ାଣ୍ଟ ରହିଛି। ଏହା ଆମ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ।
ପାଳଙ୍ଗ ଶାଗ –
ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଶରୀରରେ ନୂତନ କୋଷିକା ବା ସେଲ ତିଆରି କରିଥାଏ। ଏଥିରେ ଫାଇବର , ଆଣ୍ଟି ଅକ୍ସିଡ଼ାଣ୍ଟ, ଭିଟାମିନ ସି , ଆଇରନ ରହିଛି। ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ।
ଛତୁ –
ଛତୁରେ ଥିବା ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। । ଏହାକୁ ଖାଇବା ଦ୍ୱାରା ମଧ୍ୟ ଶରୀର ପାଇଁ ଲାଭଦାୟକ ଅଟେ।
ବ୍ରୋକୋଲି –
ଏଥିରେ ଭିଟାମିନ ଏ ଓ ସି ସହ ଅନ୍ୟ ଆଣ୍ଟି ଅକ୍ସିଡ଼ାଣ୍ଟ ମଧ୍ୟ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ।
ସାଲାଡ୍ ଭାବେ କାକୁଡ଼ି, ଟମାଟୋ, ପିଆଜ, ଦହି ମିଶାଇ ଖାଇଲେ ଶରୀରରେ ଜଳାଭାବ ସମସ୍ୟା ଦୂର ହୁଏ। କଞ୍ଚା ପରିବାର ସାଲାଡ୍ ଖାଇଲେ ପରିବାରେ ଥିବା ଫାଇବର୍ ତତ୍ତ୍ବ ଶରୀରକୁ ମିଳେ। ଏଇ ଫାଇବର୍ ପେଟ ସମସ୍ୟା ଦୂର କରିବା ସହ କୋଷ୍ଠକାଠିନ୍ୟ ହୁଏନାହିଁ। ସାଲାଡ୍ ଖାଇଲେ ଆମ ଓଜନ ମଧ୍ୟ ନିୟନ୍ତ୍ରଣରେ ରହେ।
ଲାଲ ଲଙ୍କା ଖାଇବା ଦ୍ୱାରା ରକ୍ତରୁ ଅପରିସ୍କାର ଜିନିଷ ବାହାର କରି ପରିସ୍କାର କରିଥାଏ।
ଲେମ୍ବୁରେ ଥିବା ଭିଟାମିନ ସି ଓ ମିନେରାଲ୍ସ ରକ୍ତକୁ ପରିସ୍କାର କରିବା ସହ ବିଭିନ୍ନ ପ୍ରକାର ସଂକ୍ରମଣରୁ ଦୂରେଇ ରଖିଥାଏ।
ଗାଜର ଖାଇବା ଦ୍ୱାରା ମଧ୍ୟ ରକ୍ତ ପରିସ୍କାର ହୋଇଥାଏ।
ବିଟ୍‍ ରସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ମଧ୍ୟ ରକ୍ତ ପରିସ୍କାର କରିଥାଏ।
ନିୟମିତ ସବୁଜ ଓ ପତ୍ରଯୁକ୍ତ ପନିପରିବା ଓ ବିିଭିନ୍ନ ପ୍ରକାର ଶାଗ ଖାଇବା ଦ୍ୱାରା ରକ୍ତକୁ ପରିସ୍କାର କରିବା ସହ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।

Comments are closed.