ସକାଳରୁ ଉଠିବା ମାତ୍ରେ ପ୍ରଥମେ କରନ୍ତୁ ଏହି କାର୍ଯ୍ୟ

ସକାଳୁ ଉଠିବା ମାତ୍ରେ ପ୍ରଥମେ ଏପରି କିଛି କାମ କରନ୍ତୁ , ଯାହା ଦ୍ୱାରା ଆପଣଙ୍କ ସାରା ଦିନ ବେଶ ଆରାମରେ କଟିଥାଏ। ଜାଣନ୍ତୁ ଏପରି କାମ ବିଷୟରେ….
– ସକାଳୁ ଉଠିବା ମାତ୍ରେ ପ୍ରଥମେ ଗୋଟେ ଗ୍ଲାସ ପାଣି ପିଅନ୍ତୁ। ଖାଲି ପେଟରେ ପାଣି ପିଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ।
– ଖାଲି ପେଟରେ ୬ଟି ବାଦାମ କିମ୍ବା ଅଖରୋଟ ଖାଆନ୍ତୁ। ଏହା ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
– ସକାଳେ ଅଧିକ ପରିମାଣରେ ଜଳଖିଆର ସେବନ କରନ୍ତୁ। କାବ୍ରୋହାଇଡ୍ରେଟ ଓ ପ୍ରୋଟିନରେ ଭରପୁର ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଏହା ଦ୍ୱାରା ଆପଣଙ୍କୁ ଦିନଯାକ କାର୍ଯ୍ୟ କରିବାକୁ ଶକ୍ତି ମିଳିବା ସହ ହାଲିଆ ଅନୁଭବ ହେବାକୁ ଦେଇନଥାଏ। ସକାଳୁ ସକାଳୁ ୧୦ ମିନିଟ ପର୍ଯ୍ୟନ୍ତ ପ୍ରାଣାୟାମ, ବ୍ୟାୟାମ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ମନ ଓ ମସ୍ତିଷ୍କ ସୁସ୍ଥ ରହିଥାଏ।

Comments
Loading...