ସୁସ୍ଥ ଶରୀର ପାଇଁ ନିୟମିତ ଆପଣାନ୍ତୁ ଏହି ଉପାୟ

ଯେଉଁମାନଙ୍କ ରୋଗପ୍ରତିରୋଧକ ଶକ୍ତି କମ ଓ ଯେଉଁମାନେ ଦୁର୍ବଳ ସେମାନେ ଅଧିକ ରୋଗଗ୍ରସ୍ତ ହୋଇଥାଆନ୍ତି।
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଖାଦ୍ୟ-ପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ପନିପରିବା ଓ ଫଳ ବ୍ୟତୀତ ବିଭିନ୍ନ ପ୍ରକାର ଜୁସ ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଜାଣନ୍ତୁ….
ପାଳଙ୍ଗ ଜୁସ – ସବୁଜ ପନିପରିବାରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଡ଼ାକ୍ତର ମଧ୍ୟ ନିୟମିତ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ତେଣୁ ସପ୍ତାହକୁ ୨ ଥର ପାଳଙ୍ଗ ଜୁସ ନିଶ୍ଚୟ ପିଅନ୍ତୁ।
ଟମାଟୋ ଜୁସ – ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଟମାଟୋ ଜୁସ ବେଶ ସହାୟକ। ଏହା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।ଶରୀରକୁ ସୁସ୍ଥ ରଖିଥାଏ। ତେଣୁ ଟମାଟୋ ଜୁସ ନିଜ ଖାଦ୍ୟରେ ସାମିଲ କରନ୍ତୁ।
ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ ଭଲ ଭାବେ ପେଷି ଏହା ଉପରେ ସାମାନ୍ୟ ଲୁଣ ପକାଇ ପିଅନ୍ତୁ।
କମଳାରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଛି। ତେଣୁ ଏହାକୁ ଜୁସ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ତରଭୂଜରେ ଭିଟାମିନ ଏ, ଭିଟାମିନ ସି, ମ୍ୟାଗ୍ନେସିୟମ, ଜିଙ୍କ ଭଳି ପୋଷକ ତତ୍ତ୍ୱ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ କରିଥାଏ। ଏହା ମାଂସପେଶୀ ଯନ୍ତ୍ରଣାକୁ ଦୂର କରିଥାଏ।
ପ୍ରଥମେ ତରଭୂଜ ଖଣ୍ଡକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାକୁ ଭଲ ଭାବେ ପେଷି ଏକ ଗ୍ଲାସକୁ କାଢି ସାମାନ୍ୟ କଳାଲୁଣ ପକାଇ ପିଅନ୍ତୁ।
ଗାଜର ଓ ଅଦା – ଗାଜର ଓ ଅଦାରେ ପ୍ରସ୍ତୁତ ଜୁସ ମଧ୍ୟ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଏହି ଜୁସରେ ଭିଟାମିନ ଏ, ଭିଟାମିନ ସି, ଭିଟାମିନ ଇ ସହ ଆୟରନ, କ୍ୟାଲସିୟମ, ମିନେରାଲନ୍ସ ରହିଛି।
ଗାଜର ଓ ଅଦାକୁ ଭଲ ଭାବେ ଧୋଇବା ପରେ ଏହାକୁ ପେଷି ଦିଅନ୍ତୁ। ପେଷିବା ପରେ ଏକ ଗ୍ଲାସକୁ କାଢି ସାମାନ୍ୟ କଳାଲୁଣ ପକାଇ ପିଅନ୍ତୁ।

Comments are closed.