ଶରୀରର ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ପାଇବାର ଉପାୟ

ବର୍ତ୍ତମାନ ସମୟରେ ଅଣ୍ଟା,ବେକ, ହାତ,ଗୋଡ଼, ଆଣ୍ଠୁଗଣ୍ଠି ବିନ୍ଧା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଏପରି ଘରୋଇ ଉପଚାର ରହିଛି ଯାହାକୁ ଆପଣାଇବା ଦ୍ୱାରା ଆମେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ….
ତୁଳସୀପତ୍ର –
ପ୍ରତିଦିନ ଖାଲି ପେଟରେ ୬ ରୁ ୭ଟି ତୁଳସୀ ପତ୍ର ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳେ।
ନଡ଼ିଆ ତେଲ –
ନିୟମିତ ନଡ଼ିଆ ତେଲକୁ ଗରମ କରି ଅଣ୍ଟାରେ ଲଗାଇଲେ ମଧ୍ୟ ଏହା ଖୁବ ଉପକାର ପ୍ରଦାନ କରିଥାଏ।
କ୍ଷୀର –
ନିୟମିତ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଦୂର ହୋଇଥାଏ।
ରସୁଣ –
ନିୟମିତ ୧ମାସ ପର୍ଯ୍ୟନ୍ତ ୧ରୁ୨ଟି ରସୁଣ ପାଖୁଡ଼ା ପ୍ରତିଦିନ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଅଦା ଚାହା –
ଏକ କପ ପାଣି ଫୁଟାଇ ସେଥିରେ ଅଳ୍ପ ଚାହାପତି ଓ ୧ଚାମଚ ଅଦା ପକାଇ କିଛି ସମୟ ଫୁଟାଇ ଛାଣନ୍ତୁ। ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଏହାକୁ ନିୟମିତ ଏକ ସପ୍ତାହ ପିଇଲେ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିଥାଏ।

Comments are closed.