ଅଁଳା ଖାଇବାର ଉପଯୋଗିତା….

ଭିଟାମିନ୍ ସି’ ଭରପୂର ଅଁଳା ନିୟମିତ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହ ଅଁଳାରେ ଥିବା ପୋଷକତତ୍ତ୍ବ ଆମ କେଶ ଓ ତ୍ବଚା ଉପରେ ଉତ୍ତମ ପ୍ରଭାବ ପକାଉଥିବାର ବିଶେଷଜ୍ଞଙ୍କ ମତ।
– ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର୍ ଭରପୂର ଅଁଳା ଖାଇଲେ ପାଚନ ତନ୍ତ୍ର ଭଲ ହେବା ସହ ହଜମ କ୍ଷମତା ଭଲ ହୋଇଥାଏ।
– କ୍ରୋମିୟମ୍ ତତ୍ତ୍ବ ଥିବାରୁ ମଧୁମେହ ରୋଗୀ ଏଇ ଫଳ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ।
– ସକାଳବେଳା ଉଷୁମ ପାଣିରେ ଅଁଳା ରସ ମିଶାଇ ପିଇଲେ ତାହା ଓଜନ କମ୍ କରିବାରେ ସହାୟକ ହେଉଥିବାର ଅନୁଧ୍ୟାନରୁ ଜଣାଡ଼ିଛି।
– ମହିଳାମାନେ ନିୟମିତ ଏଇ ଫଳ ଓ ଏହାର ରସ ପିଇବା ସେମାନଙ୍କ ସ୍ବାସ୍ଥ୍ୟ ନିମନ୍ତେ ଭଲ।
– ଅଁଳା ଗୁଣ୍ଡକୁ ଉଷୁମ ପାଣିରେ ମିଶାଇ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏହା ସହ ଦୈନିକ ଅଁଳା ରସ କିମ୍ବା ଅଁଳା ଗୁଣ୍ଡ ଖାଇଲେ, କେଶ ଓ ତ୍ବଚାଜନିତ ସମସ୍ୟାର ସମାଧାନ ହେଉଥିବାର ବିଶେଷଜ୍ଞଙ୍କ ମତ।
– ଏହି ଫଳରେ ଥିବା ତତ୍ତ୍ବ ପ୍ରାକୃତିକ ଉପାୟରେ ରକ୍ତକୁ ପରିଷ୍କାର କରୁଥିବାର ଅନୁଧ୍ୟାନରୁ ପ୍ରକାଶ। ତ୍ବଚା ଭାଙ୍ଗ ଓ ଅନ୍ୟାନ୍ୟ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଥିଲେ ମଧ୍ୟ ଅଁଳା ନିୟମିତ ଖାଇବା ଭଲ। 

Comments are closed.