କରୋନା ଭାଇରସ ପରିଚାଳନା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ଆଜି କରୋନା ଭାଇରସ ପରିଚାଳନା ଓ ପଦକ୍ଷେପ ନେଇ ବିଭିନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ପ୍ରମୁଖ ବିମାନବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି।

ବୈଠକରେ ୨୧ଟି ଚିହ୍ନଟ କରାଯାଇଥିବା ବିମାନବନ୍ଦର, ନେପାଳ ସୀମାକୁ ଲାଗି ରହିଥିବା ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟସଚିବ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଭିଡିଓ କନଫରେନସିଂ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ସଚିବ ସଂଜୀବ କୁମାର କହିଛନ୍ତି, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସତର୍କତା ଜାରି କରାଯାଇଛି ଓ ଏହାର ପରିଚାଳନା ନେଇ ଅବଗତ କରାଯାଇଛି। କେତେକ ଚିହ୍ନଟ କରାଯାଇଥିବା ବିମାନ ବନ୍ଦରରେ ଥର୍ମାଲ ସ୍କ୍ରୀନିଂ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି। ପ୍ରମୁଖ ହସ୍ପିଟାଲ ଓ ବିମାନ ବନ୍ଦରରେ ୨୪ ଘଣ୍ଟିଆ ଚିକିତ୍ସା ବ୍ୟବସ୍ତା ସହ କେନ୍ଦ୍ରୀୟ ଟିମକୁ ବିଭିନ୍ନ ରାଜ୍ୟକୁ ପରିଦର୍ଶନରେ ଯାଇ ପ୍ରସ୍ତୁତି ବ୍ୟବସ୍ତା ସମୀକ୍ଷା କରିବା ପାଇଁ ଇତି ମଧ୍ୟରେ ନିର୍ଦ୍ଦେଶ ଦିଆଯାଇଛି।

Comments are closed.