ପର୍ଯ୍ୟାପ୍ତ କୋଭିଡ୍‍-୧୯ ପରୀକ୍ଷା ହେଉନଥିବା ଅଭିଯୋଗକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଖଣ୍ଡନ

ଭାରତରେ ପ୍ରତି ୨୪ଟି ପରୀକ୍ଷାରେ ଜଣେ ଲେଖାଏଁ କୋଭିଡ୍‍ ପଜିଟିଭ ରୋଗୀ

ନୂଆଦିଲ୍ଲୀ : ଭାରତ ପର୍ଯ୍ୟାପ୍ତ କୋଭିଡ୍‍-୧୯ ପରୀକ୍ଷା କରୁନାହିଁ ବୋଲି ହେଉଥିବା ଅଭିଯୋଗକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡନ କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‍ ପରୀକ୍ଷା ସମ୍ପର୍କୀତ ଏକ ପ୍ରଶ୍ନର ପ୍ରତିକ୍ରିୟାରେ ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି, ଜାପାନରେ ପ୍ରତି ୧୧.୭ ଶତାଂଶ ପରୀକ୍ଷାରୁ ଜଣେ କୋଭିଡ୍‍ ପଜିଟିଭ୍‍ ବାହାରୁ ଥିବାର ଜଣାପଡ଼ୁଛି ଯାହା ବିଶ୍ୱରେ ସର୍ବାଧିକ।
ସେହିପରି ଇଟାଲୀରେ ମୋଟ୍‍ ପରୀକ୍ଷାର ପ୍ରତି ୬.୭ ପ୍ରତିଶତରେ ଜଣେ ପଜିଟିଭ ରୋଗୀ ବାହାରୁଛନ୍ତି। ଏହାପଛକୁ ଆମେରିକାରେ ୫.୩ ଶତାଂଶ ଓ ଇଂଲଣ୍ଡରେ ୩. ୪ ଶତାଂଶ ପରୀକ୍ଷାରେ ଜଣେ ଲେଖାଏଁ କୋଭିଡ୍‍ ରୋଗୀ ବାହାରୁଥିବା ଜଣାପଡ଼ିଛି।
ଭାରତରେ ପ୍ରତି ୨୪ଟି ପରୀକ୍ଷାରେ ଜଣେ ଲେଖାଏଁ କୋଭିଡ୍‍ ପଜିଟିଭ ରୋଗୀ ବାହାରୁଛନ୍ତି। ମନ୍ତ୍ରଣାଳୟ କହିଛି, ଭାରତର ଏକ ବିଶାଳ ଜନସଂଖ୍ୟା ରହିଛି ଏବଂ ସବୁ ଲୋକେ ସହଜଭେଦ୍ୟ ଗୋଷ୍ଠୀର ନୁହନ୍ତି।

Comments are closed.