ପୁଣି ସଂକ୍ରମଣ ବ୍ୟାପିଥିବା ଅଞ୍ଚଳର ସ୍ଥିତି ସମୀକ୍ଷା : ଟିକାକରଣ ଜୋରଦାର କରିବାକୁ ପରାମର୍ଶ

ନୂଆଦିଲ୍ଲୀ :  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ନୀତି ଆୟୋଗ ପୁନର୍ବାର କୋଭିଡ୍‍ ସଂକ୍ରମଣ ବ୍ୟାପିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିସ୍ଥିତିର ସମୀକ୍ଷା କରିଛି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ନୀତି ଆୟୋଗ ସଦସ୍ୟ ବିନୋଦ ଡକ୍ଟର କେ. ପଲ୍‍ ହରିୟାଣା, ଆନ୍ଧ୍ରପ୍ରଦେଶ, ଗୋଆ,ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ଚଣ୍ଡିଗଡ଼ର ମୁଖ୍ୟ ସଚିବମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପରିଚାଳନାଗତ ରଣକୌଶଳ ଉପରେ ଆଲୋଚନା
କରାଯାଇଛି।

ଦିଲ୍ଲୀ, ହରିୟାଣା, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ଚଣ୍ଡିଗଡ଼ର କିଛି କିଛି ଜିଲ୍ଲାରେ କୋଭିଡ୍‍
ସଂକ୍ରମଣକୁ ନେଇ ସେହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଉଦ୍‍ବେଗ ପ୍ରକାଶ କରିଥିଲେ। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନମୁନା ପରୀକ୍ଷା ବୃଦ୍ଧି କରିବା ଏବଂ ତଦାରଖ କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.