ବାଳିକା ହାଇସ୍କୁଲକୁ ସ୍ୱାସ୍ଥ୍ୟ ଉପକରଣ ପ୍ରଦାନ

ଆଠଗଡ଼ : ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ସରକାରୀ ବାଳିକା ହାଇସ୍କୁଲକୁ କରୋନା ସଂପର୍କୀତ ସ୍ୱାସ୍ଥ୍ୟ ଉପକରଣ ବଣ୍ଟନ କରାଯାଇଛି । ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଆଠଗଡ଼ ବାଳିକା ହାଇସ୍କୁଲକୁ ଯାଇ ପ୍ରଧାନଶିକ୍ଷକ ଶଙ୍କର୍ଷଣ ସାହୁ ଓ ଅନ୍ୟ ଶିକ୍ଷୟିତ୍ରୀମାନଙ୍କ ସହ ଏହି କରୋନା କାଳରେ ସ୍କୁଲରେ ୧୦ମ ଶ୍ରେଣୀର ଶିକ୍ଷାଦାନ ଆରମ୍ଭ ହୋଇଥିବାରୁ ଛାତ୍ରୀମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବା ଲାଗି ନିବେଦନ କରିଥିଲେ। ଏଥି ସହିତ ସେ ବହୁ ସଂଖ୍ୟାରେ ତୁଣ୍ଡି, ବିଶୋଧକ, ଗ୍ଲୋବ୍‍ସ୍‍ ଓ ଔଷଧ ପୁଡିଆ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ମଧୁଲିତା ଦାସ, ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀଙ୍କ ସମେତ ଅନ୍ୟ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ।

Comments are closed.