ନବରଙ୍ଗପୁରରେ କରୋନା ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲାରେ କୋରାନାରେ ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି ନବରଙ୍ଗପୁର ଜିଲାରେ। ଏହି ଜିଲାରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା କମିବା ବଦଳରେ ହୁହୁ ହୋଇ ବଢୁଛି। ଦିନକୁ ଦିନ ଏହା ବୃଦ୍ଧି ପାଉଥିବାବେଳେ ଶୁକ୍ରବାରଦିନ ସର୍ବାଧିକ ୨୫୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଜିଲାରେ ମୋଟ ଆକ୍ରାନ୍ତଙ୍କର ସଂଖ୍ୟା ଏବେ ୧୫୪୩ରେ ପହଞ୍ଚିଛି। ଯାହାକି ଯାହାକି ସମଗ୍ର ଜିଲାରେ ଅଧିକ ସଙ୍ଗୀନ ପରିସ୍ଥିତି ସୃଷ୍ଟି କରିଛି। ସେଥିମଧ୍ୟରୁ ୫୧ ଜଣ ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ତେବେ କେତେଜଣ ନିଜଘରେ ଏକାନ୍ତବାସରେ ରହିଛନ୍ତି ଓ ଜିଲାର ବାହାର କୋଭିଡ ଡାକ୍ତରଖାନାରେ କେତେଜଣ ଚିକତ୍ସିତ ହେଉଛନ୍ତି ତାର ସୂଚନା ଦିଆଯାଇନି। ଜିଲାରେ କରୋନା ଆକ୍ରାନ୍ତ ଓ ମୃତ୍ୟୁକୁ ଦେଖି ରାଜ୍ୟ ସରକାରଙ୍କର ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ଓ ଭୂବନେଶ୍ୱର ଡିଏମଇଟିର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସିଭିକେ ମହାନ୍ତି ହେଲିପକ୍ଟର ଯୋଗେ ନବରଙ୍ଗପୁର ଆସି ପହଞ୍ଚିବାପରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର, ଓ ସିଡିଏମଓ ଡାକ୍ତର ଚୈାଧୂରୀ ଶୋଭାରାଣୀ ମିଶ୍ର ପ୍ରମୂଖ ସ୍ୱାଗତ କରିଥିଲେ।

ପ୍ରଥମେ ଜିଲା କୋଭିଡ ଡାକ୍ତରଖାନାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଜିଲାସ୍ତରୀୟ କୋଭିଡ ସମୀକ୍ଷାବୈଠକରେ ଯୋଗ ଦେଇଥିଲେ। ଜିଲାରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଆଲୋଚନା କରିଥିଲେ।ତେବେ ଏହି ବୈଠକରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଛଡା ଯାଇନଥିଲା। ବୈଠକପରେ ରାଜ୍ୟସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ସୁଚନାଦେଇ କହିଥିଲେଯେ, ଜିଲା କୋଭିଡ ଡାକ୍ତରଖାନା କୁ ଗତବର୍ଷ ଖ୍ରୀଷ୍ଟିୟାନ ଡାକ୍ତରଖାନା ପରିଚାଳନା କରୁଥିବାବେଳେ ଚଳିତ ବର୍ଷ ରାଜ୍ୟସରକାର ହିଁ ପରିଚାଳନା କରିବେ। କୋଭିଡ ଡାକ୍ତରଖାନାକୁ କିଭଳି ଅଧିକ ବର୍ଦ୍ଧିତ କରାଯିବ।

ଏଠାରେ ଡାକ୍ତର ନଥିବା ଅଭିଯୋଗକୁ ଦେଖି ସରକାର ତାହାରି ଉପରେ ଗୁରୁତ୍ୱ ଦେଇ ଫେକ୍‍ଲଟି ମେମ୍ବର ଭାବେ ବ୍ରହ୍ମପୁର ଭେଷଜ ମହାବିଦ୍ୟାଳୟରୁ ୩ଜଣ ସହକାରୀ ପ୍ରଫେସରକୁ ପଠାଯାଇଛି ସେମାନେ ଏଠାରେ ରହିବେ। ଜଣେ ଭେଷଜ ବିଭାଗର ହୋଇଥିବା ବେଳେ ୨ ଜଣ ନିଶ୍ଚେତକ ବିଭାଗର ବୋଲି ଜଣାପଡିଛି। କୋଭିଡ ଡାକ୍ତରଖାନେରେ ୧୨ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଯତ୍ନ କୋଠରୀ (ଆସିୟୁ) କରାଯିବ ଏବଂ କୋଭିଡ ପାଇଁ ସବୁପ୍ରକାରେ ଚିକିତ୍ସା କରାଯାଉଛି ଯେତିକି ସ୍ୱାସ୍ଥ୍ୟସେବା ଏଠାରେ ଦିଆଯିବ। ଆସନ୍ତାକାଲି ସୁଦ୍ଧା ଏଠାରେ ୪ଟି ଜୀବନ ରକ୍ଷାକାରୀ ଇନ୍‍ଭାଜି ଭେଣ୍ଟିଲେଟର ଓ ୫ଟି ନନ୍‍ ଇନ୍‍ଭାଜି ଭେଣ୍ଟିଲେଟର ପହଞ୍ଚିବ। ସୀମାନ୍ତ ଅଞ୍ଚଳରେ କୋରାନା ବୃଦ୍ଧି ପାଇଁ ପ୍ରଶାସନିକ ପଦକ୍ଷେପ ନିଆଯିବ ଓ ଜନ ସଚେତନତା କରାଯିବ। କୋଭିଡ ନିୟମକୁ ଜନସାଧାରଣ ପାଳନ କରିବା ଉପରେ ଗୁରୁତ୍ୱଦେବାକୁ କହିଥିଲେ। ସବୁ ଡାକ୍ତର ଯାଇ କୋଭିଡ ଡାକ୍ତରଖାନାରେ ରୋଗୀ ଚିକିତ୍ସା କରିବେ ବୋଲି ଥିଲେ।

ତେବେ ଶୁକ୍ରବାର ଜିଲାରେ ସବୁଠାରୁ ଅଧିକ ୨୫୭ ଜଣ ଆକ୍ରାନ୍ତ ହେବା ନେଇ ସମସ୍ତଙ୍କୁ ଚିନ୍ତା ବଢାଇଥିବାବେଳେ ଚନ୍ଦାହାଣ୍ଡିବ୍ଳକରେ ସବୁଠାରୁ ଅଧିକ ୧୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ରାଇଘରବ୍ଳକରେ ୪୯ ଜଣ, ଝରିଗାଁବ୍ଳକରେ ୨୩ଜଣ, ଉମରକୋଟବ୍ଳକରେ ୨୨ ଜଣ , ଉମରକୋଟ ପୈାରାଞ୍ଚଳରେ ୨୫ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୭ଜଣ, ନବରଙ୍ଗପୁରବ୍ଳକ ରେ ଜଣେ, , ଡାବୁଗାଁବ୍ଲକରେ ୨ଜଣ, ପାପଡାହାଣ୍ଡିବ୍ଳକରେ ୯ଜଣ, କୋଷାଗୁମୁଡାବ୍ଳକରେ ୭ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୭ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡିବ୍ଳକରେ ୫ଜଣ ଆକ୍ରାନ୍ତ ହୋଇଛନ୍ତି। ଉମରକୋଟ ସହରର ୨୨ ଜଣ ମଧ୍ୟରୁ ଡଙ୍ଗରୀଗୁଡା, କୁଷୁମଗୁଡା, ଡିଏନକେ ,ୟୁଭି-୭ ଓ ୮ଆଇଟିଆଇ ରୋଡ, ଝରିଗାଁରୋଡ, ନୁଆକୋର୍ଟ ଲାଇନ, , ଗୁଲିପାଟଣା, ନୂଆଗୁଡା, ମେନରୋଡ, ୱାଡନମ୍ବର-୧୫ ଓ ଭାଲୁଗୁଡାରେ ଆକାନ୍ତ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁର ସହରରେ ରେ ୭ ଜଣ ଆକ୍ରାନ୍ତ ଙ୍କର ମଧ୍ୟରୁ ଚାଉର୍ରିଆଗୁଡା, ଦଶହରାପଦା, ଏଫସିଆଇ ଗଡହାୁନ, ମଙ୍ଗରାଜ ସାହି, ପଠାର ସାହିରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.