ଗଣମାଧ୍ୟମକୁ ଓପିଡି ଓ ଆଇପିଡି ମନା

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶାବଳୀ ଜାରି

ଭୁବନେଶ୍ବର:ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ମେଡ଼ିକାଲ କଲେଜ, କ୍ୟାପିଟାଲ ହସ୍‌ପିଟାଲ ଓ ଆରଜିଏସ ପାଇଁ ନିୟମାବଳୀ ଜାରି କରାଯାଇଛି। ସବୁ ଜିଲାର ପିଏଚଓ ପାଇଁ ମଧ୍ୟ ଜାରି ହେଲା ନିୟମାବଳୀ ଜାରି ହୋଇଛି। ସ୍ବାସ୍ଥ୍ୟସେବା ନେଇ ସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇ କୁହାଯାଇଛି ଯେ ସଂକ୍ରମଣ ରୋକିବା ପାଇଁ କୋଭିଡ ବିହେଭିୟର କଡ଼ାକଡ଼ି ନିର୍ଦେଶ ଦିଆଯାଇଛି। ଅନାବଶ୍ୟକ ଆଡମିଶନ ବନ୍ଦ ଓ କେବଳ ଜରୁରୀ ଅସ୍ତ୍ରପଚାର ହେବ। ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟ ଅନୁମତି ଦିଆଯାଇଥିବାବେଳେ ଅନ୍ୟମାନଙ୍କୁ ବାରଣ କରାଯାଇଛି। ଗଣମାଧ୍ୟମ ପ୍ରତିନିଧି ଓପିଡି ଓ ଆଇପିଡିକୁ ଯାଇପାରିବେ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶାବଳୀରେ ଦର୍ଶାଯାଇଛି। ଓପିଡି ପେସେଣ୍ଟ ଲୋଡ଼ କମ ପାଇଁ ଟେଲିମେଡ଼ିସିନ ବ୍ୟବସ୍ଥା ଆରମ୍ଭ ହୋଇଛି। ଟେଲିମେଡ଼ିସିନ ସେବା ପାଇଁ ୨୪x୭ କ​‌େ​‌ଣ୍ଟ୍ରାଲରୁମ ବ୍ୟବସ୍ଥା କରାଯାଇଛି। ଏଥିସହ କମିଟି ଗଠନ କରି ଟେଲିମେଡ଼ିସିନ ସେବା ଯୋଗାଇବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

Comments are closed.