ଫେଡେରାଲ ବ୍ୟାଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଜଗତସିଂହପୁର: ଫେଡେରାଲ ବ୍ୟାଙ୍କ, ପାରାଦୀପ ଶାଖା ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ମନୋଜ କୁମାର ମହାପାତ୍ର, ଶାଖା ପ୍ରବନ୍ଧକ କୁମରଜିତ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ୟାଙ୍କକୁ ଆସୁଥିବା ଗ୍ରାହକମାନଙ୍କର ଏହି ଶିବିରରେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା ।

 

ଭୁବନେଶ୍ୱର କେୟାର ହସ୍‌ପିଟାଲ୍‌ର କାର୍ଡିଓଲୋଜି, ଇଏନ୍‌ଟି, ଡେଣ୍ଟାଲ୍‌ ଓ ଅନ୍ୟ ବିଭାଗର ବିଶେଷଜ୍ଞମାନେ ବ୍ୟାଙ୍କରେ ପହଞ୍ଚି ସମସ୍ତ ଗ୍ରାହକମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇଥିଲେ । ପ୍ରାୟ ୧୫୦ଜଣ ଗ୍ରାହକ ଏହି ଶିବିରରେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇଥିଲେ ।

Comments are closed.