MEllora 950×100

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଗୁରୁଡିଝାଟିଆ :  ବରିଷ୍ଠ ନାଗରିକ ମଞ୍ଚ ନବେଢା, ଗୁରୁଡିଝାଟିଆ ,ଆଠଗଡ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି । ଚୌଦ୍ୱାର ରୋଟାରୀ କ୍ଲବ, କଟକ ରୋଟାରୀ କ୍ଲବ ଗୋଲ୍ଡେନ ଷ୍ଟାର ଓ ୱାଇଜମନ୍ସ ଚୌଦ୍ୱାରର ମିଳିତ ଆନୁକୂଲ୍ୟରେ ଗୁରୁଡିଝାଟିଆ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରକୁ ସ୍ଥାନୀୟ ଡାକ୍ତର ରମେଶ ଚନ୍ଦ୍ର ସିଂ ଉଦଘାଟନ କରିଥିଲେ । ଡାକ୍ତର ରବିନ୍ଦ୍ର କୁମାର ମହାପାତ୍ର, ଡାକ୍ତର ସିଂ, ଡାକ୍ତର ସୁରଜିତ ସାହୁ, ଡାକ୍ତର ଇତିଶ୍ରୀ ସାମଲ, ରୋଟାରୀ କ୍ଲବ ସଂପାଦିକା ସୁଶ୍ରୀ ସ୍ୱାଗତିକା ଆଚାର୍ଯ୍ୟ, ରୋଟାରିଆନ କ୍ଷତିନ୍ଦ୍ରନାଥ କାନୁନଗୋ, ବିଷ୍ଣୁ କଲ୍ୟାଣ ଦାସ, ପ୍ରତାପ ଶତପଥି, ସନ୍ଦୀପ ଜେନା, ମନୋରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶତାଧିକ ବରିଷ୍ଠ ନାଗରିକଙ୍କ ମଧୁମେହ, ରକ୍ତଚାପ,ସ୍ନାୟୁରୋଗ, କର୍ଣ୍ଣ ନାଶା ଗଳା ଆଦି ରୋଗର ପରୀକ୍ଷା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ସାଧାରଣ ସଂପାଦକ ଶରତ କୁମାର ଖୁଣ୍ଟିଆ, ନରେନ୍ଦ୍ର ସେଠୀ, ତୈଲୋକ୍ୟ ନାଥ ଦାସ, କୃଷ୍ଣଚନ୍ଦ୍ର ବେହେରା, ବିଚିତ୍ରାନନ୍ଦ ସାମଲ, ରବିନ ମହାରଣା, ବିଷ୍ଣୁଚରଣ ସାହୁ, କୁମରମଣୀ ଷଣ୍ଢଙ୍କ ସହିତ ମଞ୍ଚର ଉପଦେଷ୍ଟା ଇଂ ପ୍ରତାପ ଚନ୍ଦ୍ର ସାମଲ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ମଞ୍ଚର ବରିଷ୍ଠ ସଦସ୍ୟ ଜଗନ୍ନାଥ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.