ଲାଞ୍ଜିଗଡ ବେଦାନ୍ତ ଆଲୁମିନା ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଳକ ଲାଞ୍ଜି ପଞ୍ଚାୟତ ମୂଷାନାଳଠାରେ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ଓ ବେଦାନ୍ତ ଡାକ୍ତରଖାନା ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଲାଞ୍ଜି ପଞ୍ଚାୟତ ସରପଞ୍ଚ ଯମୁନା ମାଝୀ, ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡ. ବିକାଶ ପ୍ରହରାଜ, ବିଶ୍ୱନାଥପୁର ସିଏଚସି ମୁଖ୍ୟ ନିହାର ରଞ୍ଜନ ସାହୁ, ଲାଞ୍ଜିଗଡ ବେଦାନ୍ତ ଆଲୁମିନା ସିଏସଆର ବିଭାଗର ଦିଲ୍ଲୀପ ପ୍ରଜାପତି, ବେଦାନ୍ତ ମୁଖ୍ୟ ମେଡ଼ିକାଲ ଅଫିସର ଡ଼.ଅକ୍ଷୟ କୁମାର ସାହୁ, ଲାଞ୍ଜି ପଞ୍ଚାୟତ ସମିତି ସଭ୍ୟ ବେଣୁଧର ବାଗ, ବେଦାନ୍ତ ମେଡ଼ିକାଲର ଡ଼.ମଧୁସୂଦନ ରାଓ, ଡ. ଜିତେନ୍ଦ୍ର ବେହେରା, ଡ଼.ପ୍ରଶାନ୍ତ କୁମାର ପରମଣିକ, ବେଦାନ୍ତ ଡାକ୍ତରଖାନା ମୁଖ୍ୟ ପରିଚାଳକ ଆମର ମହାନ୍ତି, ବିଶ୍ୱନାଥପୁର ସିଏଚସି ବିପିଏମ ସୁଜିତ ସିଂ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଏହି ଶିବିରରେ ଲାଞ୍ଜିଗଡ ବ୍ଳକ ଘାଟି ଅଞ୍ଚଳର ଲାଞ୍ଜି, କାନକୁଟୁରୁ, ବନ୍ଧପାରି, ବେନଗାଁ, ଲାଖବାହିଲି, ବେଡାଗାଁ ଓ କୁମଖାଲ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମର ୩୭୭ ଜଣ ଦିବ୍ୟାଙ୍ଗ, ମହିଳା, ପୁରୁଷ, ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଔଷଧ ମଧ୍ୟ ଦିଆଯାଇଥିଲା। ଏହି ଶିବିରରେ ଲାଞ୍ଜିଗଡ ବେଦାନ୍ତ ଡାକ୍ତରଖାନାର ଅଶୋକ ଖୁରା, ବ୍ଲକ ଆକାଉଟାଣ୍ଟ ମିତ୍ର ଭାନୁ, ଅଭିମନ୍ୟୁ ଚୌଧୁରୀ, ଚନ୍ଦନ ରଣା, ମହେନ୍ଦ୍ର ହିଆଲ, ପିତାମ୍ବର ଧୀନ୍ଦା, ମୂଷାନାଳର ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ମନୀଷ ମିଶ୍ର, ଧନେଶ୍ୱର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.