ଜାଣନ୍ତୁ, କେତେ ଉପକାରୀ ହେଙ୍ଗୁ

ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ହେଙ୍ଗୁ ନିଶ୍ଚିତ ଥିବ। ଖାଦ୍ୟ ପ୍ରସ୍ତୁତିରେ ଏହା ବ୍ୟବହୃତ ହୋଇଥାଏ, ଯାହା ଖାଦ୍ୟର ସ୍ବାଦକୁ ଦୁଇ ଗୁଣିତ କରିଦଏ। ତେବେ ଏହା କେବଳ ଖାଇବାର ସ୍ୱାଦ ବଢାଇନଥାଏ ବରଂ ଆପଣଙ୍କୁ ସୁସ୍ଥ ମଧ୍ୟ ରଖିଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ହେଙ୍ଗୁ। ଆସନ୍ତୁ ଜାଣିବା ଶରୀର ପାଇଁ କେତେ ଉପକାରୀ ହେଙ୍ଗୁ –

-ହେଙ୍ଗୁ ଗ୍ୟାସରୁ ଆରମ୍ଭ କରି ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ।

-ହେଙ୍ଗୁରେ ଆଣ୍ଟି-ଭାଇରାଲ, ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଆଦି ଗୁଣ ଥିବାରୁ ଏହା ଉଚ୍ଚ ରକ୍ତଚାପ ଏବଂ ମଧୁମେହକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ।

-ଏଥିରେ ଥିବା ପୁଷ୍ଟିକର ତତ୍ତ୍ୱ ଶରୀରରୁ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ।

-ଏହା ସଠିକ୍‌ ରୂପେ ରକ୍ତ ସଂଚାଳନ କରିବାରେ ମଧ୍ୟ ସହାୟକ ହୋଇଥାଏ।

-ହେଙ୍ଗୁ ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେଉଥାଏ ତେବେ ଆପଣ ଏକ ଗ୍ଲାସ ପାଣିରେ ଅଳ୍ପ ହେଙ୍ଗୁ ମିଶାଇ ଦିନରେ ଦୁଇ ରୁ ତିନି ଥର ସେବନ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ।

 

 

 

 

 

Comments are closed.