ଭୋଜନ କରନ୍ତୁ ଏସବୁର ଗୁଣ ଜାଣି ; ନିରୋଗ ସହ ଖୁସି ରହିବ ମନ

ଅନେକ ସମୟରେ ଭିନ୍ନ ଭିନ୍ନ ବାସନ,ପାତ୍ର ଓ ପତ୍ରରେ ଖାଦ୍ୟ ଖାଉଥିବା ଦେଖାଯାଇଥାଏ। ବିଶେଷ କରି ପୂଜାପର୍ବ,ପର୍ବପର୍ବାଣି ସମୟରେ କଦଳୀପତ୍ର ଓ ସ୍ୱତନ୍ତ୍ର ବାସନରେ ଘରେ,ମନ୍ଦିରରେ ଓ ଅନ୍ୟ ସ୍ଥାନରେ ଭୋଜନ ଗ୍ରହଣ କରାଯାଇଥାଏ। ମାତ୍ର କିଛି ସ୍ୱତନ୍ତ୍ର ପାତ୍ର ଓ ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ୍‍ରୁ କମ୍‍ ହୋଇନଥାଏ। ଜାଣନ୍ତୁ..
ରୂପାର ବାସନ..
– ରୂପାର ବାସନରେ ଖାଦ୍ୟ ଖାଇବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ।
–  ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।
– ରୂପାର ଗ୍ଲାସରେ ପାଣି ପିଇବା ଦ୍ୱାରା ପିଲାଙ୍କ ଥଣ୍ଡା ଜନିତ ଓ ପିତ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
– ରୂପାର ପାତ୍ରରେ ଯେକୌଣସି ପାନୀୟ ପିଇବା ଖୁବ ହିତକାରକ। ଏପରି କରିବା ଦ୍ୱାରା ପାନୀୟ ଦ୍ରବ୍ୟର – କୌଣସି କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିନଥାଏ।
– ଏହା ଏକ ପ୍ରକାର ଛଣା ଯନ୍ତ୍ର ଭଳି କାର୍ୟ୍ୟ କରିଥାଏ।
– ରୂପାର ବାସନରେ ଖାଦ୍ୟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
– ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ମାଟି ପାତ୍ର ..
– ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଅଧିକ ପୁଷ୍ଟିଯୁକ୍ତ ହୋଇଥାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ମାନସିକ ଦୁଶ୍ଚିନ୍ତା ମଧ୍ୟ କମ ହୋଇଥାଏ।
– ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ ହେଲେ ତାହାକୁ ବାରମ୍ବାର ଗରମ କରିବାକୁ ପଡ଼ିନଥାଏ। ଏହାଛଡ଼ା ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥାଏ। ସେହି ଭୋଜନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। କାରଣ ଏପରି ବହୁ ଖାଦ୍ୟପଦାର୍ଥ ରହିଛି ଯାହାକୁ ଗରମ କରିବା ଦ୍ୱାରା ତାହା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ରୋଗ ସୃଷ୍ଟି କରିଥାଏ।
ତମ୍ବାପାତ୍ର ..
– ସେହିପରି ନିୟମିତ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ ଓ ହଜମ କ୍ରିୟା ସୁସ୍ଥ ରହିଥାଏ।
– ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ତ୍ୱଚା ସୁସ୍ଥ ରହିଥାଏ।
– ଏହା ଚର୍ବି ଅଂଶକୁ ହ୍ରାସ କରିଥାଏ।
– ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ।
– ତମ୍ବା ପାତ୍ରରେ ନିୟମିତ ପାଣି ପିଇବା ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହ ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ।
– ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟା ଫଳ ରଖନ୍ତୁ ନାହିଁ। ସେଓ, ସପୁରୀ, ଡ଼ାଳିମ୍ବ, ଆମ୍ବ ଇତ୍ୟାଦି ଫଳକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ଏହି ସମସ୍ତ ଫଳକୁ ରଖି ଖାଇବା ପରେ ବାନ୍ତି ହେବା, ମୁଣ୍ଡ ବୁଲାଇବା, ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
– ଥଣ୍ଡା କିମ୍ବା ଗରମ କ୍ଷୀରକୁ ତମ୍ବା ପାତ୍ରରେ ରଖିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।
କଦଳୀ ପତ୍ର..
ଭଗବାନଙ୍କ ନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।
– ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।
– କଦଳୀ ପତ୍ରରେ ବହୁ ପ୍ରକାର ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ବହୁ ପତ୍ର ବିଶିଷ୍ଟ ଶାଗରୁ ମିଳିଥାଏ। ତେଣୁ ଏହି ପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ଆମକୁ ବିଭିନ୍ନ ଆଣ୍ଟି-ଅକ୍ସିଡ଼ାଣ୍ଟ ମିଳିଥାଏ। ଯାହା ଆମ ତ୍ୱଚା ପାଇଁ ଖୁବ ଲାଭଦାୟକ।
ଖାଦ୍ୟ ଗରମ ଥିବା ସମୟରେ ଏହାକୁ କଦଳୀ ପତ୍ରରେ ଖାଇବା ଦ୍ୱାରା ଏହି ପତ୍ରରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଆସିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ।
– ନିୟମିତ କଦଳୀ ପତ୍ରରେ ଖାଦ୍ୟ ଖାଇଲେ କେଶ ସୁନ୍ଦର ଓ ଘନ ହୋଇଥାଏ।
– ଏଥିରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଯଥା କୋଷ୍ଠକାଠିନ୍ୟ, ଏସିଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।
କଦଳୀରେ ମୁଖ୍ୟତଃ ଭିଟାମିନ ଏ , ଭିଟାମିନ ସି , ଅନ୍ୟ ବହୁ ଖଣିଜ ତତ୍ତ୍ୱ ରହିଛି। ଏଥିରେ ପ୍ରାୟ ୬୪.୩ ପ୍ରତିଶତ ଜଳ, ପ୍ରୋଟିନ ୧.୩ ପ୍ରତିଶତ, କାବ୍ରୋହାଇଡ଼୍ରେଡ଼ ୨୪.୭, ଚିକ୍କଣ ୮.୩ ପ୍ରତିଶତ ରହିଛି।
– ହିନ୍ଦୁଧର୍ମରେ ଭୋଜନକୁ ଯଜ୍ଞ ସହ ତୁଳନା କରାଯାଇଛି। ତେଣୁ ଯଜ୍ଞ ସର୍ବଦା ଦକ୍ଷିଣ ହସ୍ତରେ କରିବା ଦ୍ୱାରା ହିଁ ଏହାର ପ୍ରକୃତ ମହତ୍ତ୍ୱ ସାଧିତ ହୋଇଥାଏ। ତେଣୁ ଦକ୍ଷିଣ ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ମନ ଓ ଶରୀରକୁ ଶାନ୍ତି ପ୍ରାପ୍ତି ହୋଇଥାଏ।
– ଦକ୍ଷିଣ ହସ୍ତକୁ ସୂର୍ୟ୍ୟ ନାଡ଼ିର ପ୍ରତିନିଧତ୍ୱ କୁହାଯାଇଥାଏ। ଏହି ହସ୍ତରେ ଭୋଜନ କରିବା ଦ୍ୱାରା ଶରୀରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଖାଦ୍ୟ ସଠିକ୍‍ ଭାବେ ହଜମ ହୋଇଥାଏ।
– ଏହି ହସ୍ତରେ ଖାଦ୍ୟ ଖାଇବା ପରେ ମଧ୍ୟ ଶାନ୍ତି ଅନୁଭବ ହୋଇଥାଏ ବୋଲି କୁହାଯାଏ।
ଶାସ୍ତ୍ର ଅନୁଯାୟୀ ଏହି ହସ୍ତରେ ଖାଦ୍ୟ ଖାଇବା ଦ୍ୱାରା ଶରୀର ସଂପୂର୍ଣ ଭାବେ ଖାଦ୍ୟ ଗ୍ରହଣ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

Comments are closed.