ଶୀତ ଦିନେ ଆଣ୍ଠୁ ବିନ୍ଧା ହେଲେ….

ଡା.ବିପ୍ଳବୀ ଦାସ (ଶଲ୍ୟ ବିଭାଗ) ଏସ୍‌ସିବି ମେଡିକାଲ କଲେଜ: କଟକ ଶୀତ ଋତୁରେ ଆଣ୍ଠୁଗଣ୍ଠି ବିନ୍ଧିବା ଏକ ସାଧାରଣ ଘଟଣା ହେଲାଣି। ବିଶେଷକରି ବୟସ୍କଙ୍କ କ୍ଷେତ୍ରରେ ଏହା ଏବେ ଅଧିକ ଦେଖିବାକୁ ମିଳୁଛି। ଆଣ୍ଠୁରେ ଫ୍ଲୁଇଡର ମାତ୍ରା ପତଳା ହୋଇଯିବା, ନର୍ଭର ସେନସିଟିଭି ବଢିବା ଯୋଗୁଁ ଆଣ୍ଠୁଗଣ୍ଠି ବିନ୍ଧିଥାଏ। ନିୟମିତଭାବେ ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ପ୍ରତିଦିନ ବ୍ୟାୟାମ କରିବା ଜରୁରୀ। ଏଥିସହିତ ସୁଷମ ଖାଦ୍ୟ ଓ ଫଳ ଖାଇବା ଆବଶ୍ୟକ। ଏମିତିକି ଋତୁ ଦିନିଆ ଫଳ ଓ ପରିବା ଅଧିକ ଖାଇବା ଭଲ। ବ୍ୟାୟାମ ମଣିଷକୁ ସୁସ୍ଥ ରଖିବା ସହିତ ରକ୍ତ ସଞ୍ଚାଳନକୁ ଠିକଭାବେ କରିଥାଏ। ଏହାଦ୍ୱାରା ଆଣ୍ଠୁଗଣ୍ଠି ବିନ୍ଧିବା ଅନେକ ମାତ୍ରାରେ କମିଥାଏ।

Comments are closed.