ଖାଦ୍ୟ ପାଇଁ କିଛି ଉପଯୁକ୍ତ ନିୟମ

ଖାଦ୍ୟ ପ୍ରସ୍ତୁତ ହେବାର  ୨ ଘଣ୍ଟା ମଧ୍ୟରେ ଖାଦ୍ୟ ଖାଇବା ଉଚିତ।
ଖରାଦିନରେ ଅଧିକ ସମୟ ଖାଦ୍ୟ ବାହାରେ ରହିବା ଦ୍ୱାରା ଏଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ଯାହା ଖାଦ୍ୟକୁ ନଷ୍ଟ କରିଦେଇଥାଆନ୍ତି।
ଖାଦ୍ୟ ବଳିବା ମାତ୍ରେ ଏହାକୁ ତୁରନ୍ତ ଫ୍ରିଜରେ ରଖି ଦିଅନ୍ତୁ।
ଯଦି ଫ୍ରିଜ ନଥାଏ ତେବେ, ଏକ ପାତ୍ରରେ ପାଣି ଦେଇ ଅନ୍ୟ ଏକ ପାତ୍ର ମଧ୍ୟରେ ଖାଦ୍ୟ ରଖି ଏହାକୁ ଘୋଡ଼ାଇ ଦିଅନ୍ତୁ।
ପିଲାମାନଙ୍କୁ ଫ୍ରିଜର ଖାଦ୍ୟ ଦିଅନ୍ତୁ ନାହିଁ। ସତେଜ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଦିଅନ୍ତୁ।
ବଳକା ଖାଦ୍ୟକୁ ସର୍ବଦା ପ୍ରସ୍ତୁତ ହୋଇଥିବା ପାତ୍ର ନୁହେଁ ବରଂ ଅନ୍ୟ ପାତ୍ରରେ ରଖନ୍ତୁ।
ଅଧିକ ଗରମ ଥିବା ଖାଦ୍ୟକୁ ଫ୍ରିଜରେ ରଖନ୍ତୁ ନାହିଁ। ଗରମ ଖାଦ୍ୟକୁ ବାହାରେ କିଛି ସମୟ ରଖି ଏହା ଥଣ୍ଡା ହେବା ପରେ ଫ୍ରିଜରେ ରଖନ୍ତୁ।
ଦୁଇ ଦିନ ଫ୍ରିଜରେ ଥିବା ଖାଦ୍ୟ ଖାଆନ୍ତୁ ନାହିଁ।
ଖାଦ୍ୟକୁ ବାରମ୍ବାର ଗରମ କରି ଖାଆନ୍ତୁ ନାହିଁ।

Comments are closed.