ଟନ୍‍ସିଲର ଘରୋଇ ଉପଚାର

ଗଳାରେ ହେଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ଟନ୍‍ସିଲ ଅନ୍ୟତମ। କୌଣସିପ୍ରକାର ସଂକ୍ରମଣ ଟନ୍‍ସିଲ ସମସ୍ୟାର କାରଣ ହୋଇପାରେ। ପରିବେଶ ଦୂଷିତ ଥିଲେ, ଖାଦ୍ୟପେୟର ଅଯତ୍ନ, ଅଧିକ ଥଣ୍ଡା ଖାଦ୍ୟ ଖାଇଦେବା ଆଦି କାରଣରୁ ଟନ୍‍ସିଲ ସମସ୍ୟା ଦେଖାଦେଇଥାଏ। ଏବେ ଶୀତଦିନ ଆସୁଥିବାରୁ ଏହି ସମସ୍ୟାର ଆଶଙ୍କା ବଢିବ। ବିଶେଷଜ୍ଞଙ୍କ ମତରେ ଟନ୍‍ସିଲ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି କେତେକ ଘରୋଇ ଉପଚାର ଆପଣାଇ ପାରିବେ-
ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ କ୍ଷୀରରେ ଅଳ୍ପଟିକେ ହଳଦୀ ଏବଂ ଗୋଲମରିଚ ଗୁଣ୍ଡ ପକାଇ ପିଅନ୍ତୁ।
କେଇଖଣ୍ଡ ବରଫ ଗୋଟିଏ କପଡାରେ ବାନ୍ଧି ଟନ୍‍ସିଲ ସ୍ଥାନରେ ସେକ ଦେଇପାରିବେ।
ହାଲ୍‍କା ଉଷୁମ ପାଣିରେ ଲେମ୍ବୁରସ କେଇଟୋପା ପକାଇ ସେଥିରେ ଲୁଣ କିମ୍ବା ମହୁ ମିଶାଇ ପିଇଲେ ଟନ୍‍ସିଲ ସମସ୍ୟାରୁ ମୁକ୍ତି ପାଇପାରିବେ। ଚା’ରେ ମହୁ ମିଶାଇ ପିଇବା ମଧ୍ୟ ଲାଭଦାୟକ ହୋଇଥାଏ। ଯନ୍ତ୍ରଣା ଅଧିକ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Comments are closed.