ରାତି ୧୦ଟା – ମୁଖ୍ୟ ସମ୍ବାଦ

– ଭୁବନେଶ୍ବର କିଟ୍‌ ରୋଡ୍‌ସ୍ଥିତ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଗଲା ରେଷ୍ଟୁରାଣ୍ଟ ସହ ସଂଲଗ୍ନ ଦୋକାନ
– ରାଜ୍ୟରେ ଆଜି ୮୨୧୬ ନୂଆ ସଂକ୍ରମିତ ଚିହ୍ନଟ, ୧୫ ଆକ୍ରାନ୍ତ ମୃତ, ସୁସ୍ଥ ହେଲେ ୬୧୬୪
– ଘୁଞ୍ଚିଲା ଜେଇଇ ମେନ୍‌ ମେ’ ସେସନ୍‌ ୨୦୨୧, ଘରେ ରହି ମକ୍ ଟେଷ୍ଟ ଅଭ୍ୟାସ ପାଇଁ ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
– ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସରକାର ଘୋଷଣା କଲେ ଗ୍ରୀଷ୍ମଛୁଟି, ମେ’ ୩୧ ଯାଏଁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ
– ଦେଶରେ ଆଜି ୩ ଲକ୍ଷ ୫୭ ହଜାର୨୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩,୪୪୯ ଆକ୍ରାନ୍ତ ମୃତ, ୨୪ ଘଣ୍ଟାରେ ୩,୨୦,୨୮୯ ସଂକ୍ରମିତ ସୁସ୍ଥ
– ଆସନ୍ତାକାଲି ଠାରୁ ସମଗ୍ର ଓଡ଼ିଶାରେ ଆରମ୍ଭ ହେବ ତାଲାବନ୍ଦ, ଜାରି ରହିବ ଟିକାକରଣ ଓ ଅତ୍ୟାବଶ୍ୟକ ସେବା
– ବିହାରରେ ଆସନ୍ତା ୧୫ ତାରିଖ ଯାଏଁ ଲକଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର
– ଦେଶରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଚଳିତବର୍ଷର ଆଇପିଏଲ ଟୁର୍ନାମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ
– ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କ ଘରେ ସାମାଜିକ ସୁରକ୍ଷା ଭତ୍ତା ପହଞ୍ଚାଇବେ ସରକାର
– ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି ଛାଡ଼ କରିବେ ରାଜ୍ୟ ସରକାର
– କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ସମ୍ପର୍କିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ
– ଅମ୍ଳଜାନ ଯୋଗାଣକୁ ନେଇ କେନ୍ଦ୍ରକୁ ଭର୍ତ୍ସନା କଲେ ଦିଲ୍ଲୀ ହାଇକୋର୍ଟ; କହିଲେ ଆପଣ ଆଖି ବୁଜିଦେଇ ପାରନ୍ତି, କିନ୍ତୁ ଆମେ ନୁହଁ
– ବିଲ୍‍ ଓ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ; ୨୭ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ
– ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରାନ୍ତଙ୍କ ଲାଗି ୧୪ ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ, ନେଗେଟିଭ ରିପୋର୍ଟ ଥିଲେ ୭ ଦିନ
– ଗୋଳନ୍ଥରା ଥାନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ଏଏସଆଇ ପିସି ଆଚାର୍ଯ୍ୟ ଓ ସେଣ୍ଟ୍ରି ଡିପି ଜେନା ନିଲମ୍ବିତ
– ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଦିଆଯିବ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର, ଇଂରାଜୀ ଭାଷାରେ ସୃଜନାତ୍ମକ ରଚନା ପାଇଁ ପୁରସ୍କାର ବାବଦକୁ ଦିଆଯିବ ୧୦ ଲକ୍ଷ ଟଙ୍କାର ପୁରସ୍କାର
– ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ହାଇସ୍କୁଲ ପିଲାଙ୍କୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ‘ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର’ ଦିଆଯିବାକୁ ନିଷ୍ପତ୍ତି
– ସାହିତ୍ୟିକ ମନୋଜ ଦାସଙ୍କ ବାସସ୍ଥାନ ଶଙ୍ଖାରୀ ଘର ଗାଁକୁ ମନ୍ମଥ-ମନୋଜ ସ୍ମାରକୀ ଘୋଷଣା, ସେଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ରଚିତ ବହିରେ ହେବ ପାଠାଗାର
– ଦ୍ୱେତ ନଗରୀରେ ଲକଡାଉନରେ ଘରୁ ଯାଇ ଏତଲା ଆଣିବ ପୁଲିସ, ଆରମ୍ଭ ହେବ ‘ଇ-ଆସିଷ୍ଟାନ୍ସ’ – ଭୁବନେଶ୍ୱର ଡିସିପି
– ଲକଡାଉନ କାଳରେ ଭୁବନେଶ୍ୱରର ୬ଟି ଜୋନରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ, ୨୦୦ ପୁଲିସ ଅଧିକାରୀ ଓ ୧୫୦ରୁ ଉର୍ଦ୍ଧ୍ୱ ଟ୍ରାଫିକ କନେଷ୍ଟବଳ
– ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ସହ ଜଡିତ ବିବାଦୀୟ ଟୁଇଟ୍ ପରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ଅଚଳ କଲା ଟ୍ୱିଟର

Comments are closed.