ସକାଳ ୮ଟା – ମୁଖ୍ୟ ସମ୍ବାଦ

ବଡଖବର

# ଜାତୀୟ ରାଜପଥ ଖଣ୍ଡଗିରି-ଖୋର୍ଦ୍ଧା ମଧ୍ୟବର୍ତ୍ତୀ ଗୋହିରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କନ୍ତିଆ ହାଇସ୍କୁଲର ଶିକ୍ଷୟିତ୍ରୀ ବିନୋଦିନି ନାୟକ ଏବଂ ଏନଡିଆରସି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋକୁଳାନନ୍ଦ ମହାନ୍ତିଙ୍କର ମୃତ୍ୟୁ ଘଟିଛି

# ମଦ ଦୋକାନ ଖୋଲିବା ନେଇ ବିଧାନସଭାରୁ ଭୁଲ ତଥ୍ୟ ଦେଇଥିବାରୁ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ଆଞ୍ଚଳିକ
# ଜାତୀୟ ରାଜପଥ ଖଣ୍ଡଗିରି-ଖୋର୍ଦ୍ଧା ମଧ୍ୟବର୍ତ୍ତୀ ଗୋହିରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କନ୍ତିଆ ହାଇସ୍କୁଲର ଶିକ୍ଷୟିତ୍ରୀ ବିନୋଦିନି ନାୟକ ଏବଂ ଏନଡିଆରସି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋକୁଳାନନ୍ଦ ମହାନ୍ତିଙ୍କର ମୃତ୍ୟୁ ଘଟିଛି
# ଅନୁଗୋଳ ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେ ବି ୩ଜଣ ଶ୍ରମିକଙ୍କ ଉଦ୍ଧାର ଜାରି
# ପାଟକୁରାରେ ବିଜେଡିର ବିଜୟ ପରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି କର୍ମୀ ଓ ନେତା
# ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଅଞ୍ଚଳର ହରପାଲି ବସ୍ତିରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୭ ଗିରଫ
# ମଦ ଦୋକାନ ଖୋଲିବା ନେଇ ବିଧାନସଭାରୁ ଭୁଲ ତଥ୍ୟ ଦେଇଥିବାରୁ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର
# କଟକ ଖାନନଗର ପୂଜା ମଣ୍ଡପ ନିକଟସ୍ଥ ମିଠା ଦୋକାନ ଉପରକୁ ବୋମାମାଡ଼, କାରଣ ଅସ୍ପଷ୍ଟ
# ରାଜ୍ୟରେ ନାବାଳିକା ଅସଦାରଣ ପ୍ରସଙ୍ଗରେ ଗୃହରେ ମୁଲତବି ଆଲୋଚନା – ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ୨୦୧୮ ତୂଳନାରେ ୨୦୧୯ରେ ଦୁଷ୍କର୍ମ କମିଛି ୫.୯ ଭାଗ
# ସାମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ରାଜ୍ୟର ୭ଟି ଜିଲ୍ଲା ରାୟଗଡ଼ା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୁରଭଞ୍ଜକୁ ଭାରତୀୟ ପାଣିପାଗ ବିଭାଗର ୟେଲୋ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ

ଜାତୀୟ
# ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଶ୍ମୀର ବୟାନ ସମ୍ପର୍କରେ ସତ୍ୟତା ନଥିବା ଲୋକସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
# ବ୍ରିଟିଶ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# କର୍ଣ୍ଣାଟକରେ ସରକାର ଗଠନ ଲାଗି ବିଜେପିର ପ୍ରସ୍ତୁତି ଆରମ୍ଭ
# ଆସାମର ନଲବାରୀ ଜିଲ୍ଲାର ବଲିତାରା ଗାଁରେ ୧୫୦ ଲୋକଙ୍କୁ ବନ୍ୟା ପାଣିରେ ବୁଡ଼ିଯିବାରୁ ବଞ୍ଚାଇଲେ ଭାରତୀୟ ସେନା
# ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ କରି ବାଂଲା କରିବା ପାଇଁ ସମ୍ୱିଧାନ ସଂଶୋଧନ କରିବାର କୌଣସି ପ୍ରସ୍ତାବ ନାହିଁ କହିଲେ କେନ୍ଦ୍ର ସରକାର
# ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଥାନା ଅନ୍ତର୍ଗତ ଉଡୁଣିଆ ଗାଁରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
# କେନ୍ଦ୍ର ସରକାର ସଚିବ ସ୍ତରରେ ପରିବର୍ତ୍ତନ – ଅତନୁ ଚକ୍ରବର୍ତ୍ତି ଅର୍ଥନୈତିକ ବ୍ୟାପାର ସଚିବ, ସୁଭାଷ ଗର୍ଗ ଶକ୍ତି ମନ୍ତ୍ରାଳୟ ସଚିବ, ଅଜୟ କୁମାର ଭଲ୍ଲା ରାଜସ୍ୱ ଓ ଅର୍ଥ ସଚିବ ଏବଂ ଅଂଶୁ ପ୍ରକାଶ ଟେଲିକମ ମନ୍ତ୍ରାଳୟ ସଚିବ ନିଯୁକ୍ତ
# ଆସନ୍ତା ୧ ବର୍ଷ ପାଇଁ ତିଆରି ହେବ ୪୦ ଲକ୍ଷ ମେଟ୍ରିକ ଟନର ଏକ ଚିନି ବଫର ଷ୍ଟକ

ଅନ୍ତର୍ଜାତୀୟ
# ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପାକିସ୍ତାନର ପୂର୍ବତନ ଶାସକ ଜେନେରାଲ ମୁଶାରଫ କାଶ୍ମୀର ସମସ୍ୟା ସମଧାନ ପାଇଁ ମନସ୍ଥ ଥିଲେ କହିଛନ୍ତି – ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
# ପ୍ରତିରକ୍ଷା ସଂପର୍କିତ ଶ୍ୱେତପତ୍ର ପ୍ରକାଶ କଲା ଚୀନ୍‌

Comments are closed.