ମୁଣ୍ଡବ୍ୟଥାରୁ କ୍ଷଣିକରେ ମୁକ୍ତିଦେବ ଏହି ଘରୋଇ ଉପଚାର

ମୁଣ୍ଡବ୍ୟଥାକୁ ନେଇ ଅନେକ ଲୋକ ଚିନ୍ତିତ। ଆଜିକାଲି ଏହା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କିଛି ଲୋକଙ୍କର ତ ପ୍ରତ୍ୟେକ ଦିନ ମୁଣ୍ଡବ୍ୟଥା ହୋଇଥାଏ।  ତେବେ ଏପରି କେତେକ ଘରୋଇ ଉପଚାର ଅଛି, ଯାହାକୁ ଆପଣେଇ ଏହି ସମସ୍ୟାରୁ ଅନେକାଂଶରେ ଉପଶମ ମିଳିପାରିବ। ଆସନ୍ତୁ ଜାଣିବା ସେ ବିଷୟରେ –

-ଡାଲଚିନି ଗୁଣ୍ଡକୁ ପାଣିରେ ମିଶାଇ ମଥାରେ ଲେପ ଦେଲେ ମୁଣ୍ଡ ବିନ୍ଧାରୁ ଉପଶମ ମିଳିଥାଏ।

-ଖରାଦିନରେ ମୁଣ୍ଡ ବିନ୍ଧିଲେ ମଥାରେ ଚନ୍ଦନର ଲେପ ଦେଲେ ଏଥିରୁ ଆରାମ ମିଳେ।

-ମୁଣ୍ଡରେ ନଡ଼ିଆ ତେଲ ଭଲ ଭାବେ ମାଲିସ କଲେ ତାହା ମୁଣ୍ଡ ବିନ୍ଧା ସମସ୍ୟାରୁ କେତେକାଂଶରେ ମୁକ୍ତି ଦେଇଥାଏ।

-ଗୋଟିଏ ଗ୍ଲାସ୍‌ ପାଣିରେ ଅଳ୍ପ ଲେମ୍ବୁରସ ମିଶାଇ ପିଅନ୍ତୁ। ଏହାଦ୍ୱାରା ମୁଣ୍ଡବିନ୍ଧାରୁ ଉପଶମ ମିଳିଥାଏ।

-ଯଦି ଥଣ୍ଡା ଯୋଗୁ ମୁଣ୍ଡବିନ୍ଧା ହେଉଥାଏ ତେବେ ମିଶ୍ରି ଏବଂ ଧନିଆକୁ ପାଣିରେ ମିଶାଇ ଫୁଟାନ୍ତୁ। ଏହି ପାଣିକୁ ପିଇଲେ ମୁଣ୍ଡବିନ୍ଧାରୁ କେତେକାଂଶରେ ମୁକ୍ତି ମିଳିଥାଏ।

-ଯଦି ମାନସିକ ଚାପରୁ ମୁଣ୍ଡ ବିନ୍ଧୁଛି ତେବେ ୨-୩ଟି ଲବଙ୍ଗ ଏବଂ ଅଳ୍ପ ଲୁଣକୁ ଭଲ ଭାବରେ ବାଟି ଏହି ମିଶ୍ରଣକୁ କ୍ଷୀରରେ ମିଶାଇ ପିଅନ୍ତୁ। ଖୁବଶୀଘ୍ର ଯନ୍ତ୍ରଣାରୁ ଉପଶମ ମିଳିବ।

Comments are closed.