ଥାନା ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍‌ କନଷ୍ଟେବଳ

ଦିଲ୍ଲୀ: ଥାନା ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍‌ କନଷ୍ଟେବଳ। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀର ସାକେତ ଥାନାରେ। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ହେଡ୍‌ କନଷ୍ଟେବଳ ହେଉଛନ୍ତି ସଞ୍ଜୟ(୩୪)। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତାଙ୍କ ଭାଇ ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ରହିଛନ୍ତି। ଏହି କାରଣରୁ ସଞ୍ଜୟ ଡିପ୍ରେସନରେ ଥିଲେ। ମଙ୍ଗଳବାର ସେ ଡ୍ୟୁଟି କରିବାକୁ ଥାନାକୁ ଆସିଥିଲେ। ମାତ୍ର ହଠାତ୍‌ ସେ ନିଜ ସର୍ଭିସ ବନ୍ଧୁକରୁ ମୁଣ୍ଡକୁ ଗୁଳି କରି​ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଘଟଣାର ତଦନ୍ତ କରୁଥିବା ପୁଲିସ ଟିମ୍‌ ସଞ୍ଜୟଙ୍କ ମୃତ୍ୟୁ ଅନ୍ୟ କୌଣସି କାରଣ ରହିଛି କି ନାହିଁ ତାହାର ତଦନ୍ତ କରୁଛି।

Comments are closed.