ଭାରସାମ୍ୟ ହରାଇ ପିକଅପ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ମୁରିବାହାଲ : ମୁରିବାହାଲ ଥାନା ଯମୁନାବାହାଲ-ସତିଘାଟ ମଧ୍ୟରେ ଥିବା ବୁଲାଣିରେ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡି ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ରବିବାର ଦିନ ସକାଳ ୯ଟା ସମୟରେ ଓଆର ୧୫ଏନ୍ ୮୭୫୯ ନମ୍ବର ପିକ୍ଅପ୍ ଭ୍ୟାନ ମାଲ ପରିବହନ ପାଇଁ ବଙ୍ଗୋମୁଣ୍ଡା ଯାଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ପଳାସ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ପରେ ଭ୍ୟାନଟି ଓଲଟି ପଡିଥିଲା। ଭ୍ୟାନରେ ଥିବା ଡ୍ରାଇଭର ସମେତ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ପାଇଁ ମୁରିବାହାଲ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ପିକଅପ ଭ୍ୟାନକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Comments are closed.