ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦ ମାମଲା : ଏଜିଙ୍କୁ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ : କଟକ ସହରରେ ଦୁର୍ଗାପୂଜା ପାଇଁ ମୂର୍ତ୍ତିର ଉଚ୍ଚତା ବିବାଦକୁ ନେଇ ଦାୟାଲ ମାମଲାର ଶୁକ୍ରବାର ହାଇକୋର୍ଟରେ ଶୁଣାଣି କରାଯାଇଛି। ମୂର୍ତ୍ତିର ଉଚ୍ଚତା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଆଡଭୋକେଟ ଜେନେରାଲଙ୍କୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ମୂର୍ତ୍ତିର ଉଚ୍ଚତା କାଏମ ରଖିବାକୁ  ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ କଟକ ସହରର ୯ଟି ପୂଜା ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ପୁଲିସ କମିଶନର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ସୋମବାର ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।

Comments are closed.