କଣ୍ଟାବାଞ୍ଜି କୋର୍ଟ ଗସ୍ତରେ ଉଚ୍ଚ ନ୍ୟାୟଳୟର ନ୍ୟାୟାଧୀଶ

କଣ୍ଟାବାଞ୍ଜି : ଉଚ୍ଚ ନ୍ୟାୟଳୟର ନ୍ୟାୟାଧୀଶ ବିଶ୍ୱନାଥ ରଥ ଶୁକ୍ରବାର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୋର୍ଟ ଗସ୍ତରେ ଆସିଥିଲେ । ସେ କଣ୍ଟାବାଞ୍ଜି କୋର୍ଟରେ  ପହଞ୍ଚି  କୋର୍ଟ ପରିସରରେ  ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏଠାରେ ଇ-ସେବା କେନ୍ଦ୍ର ଖୋଲିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଏହାକୁ  ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେବା ସହ କୋର୍ଟ ଭିତରର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିରେ କଣ୍ଟାବାଞ୍ଜି ବାର ଏସୋସିଏସନର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

Comments are closed.