କର୍ଣ୍ଣେଲ କୃଷ୍ଣ ରାୱତ, ମେଜର ଅନିଲ ଉର୍ସ ଓ ହାଭିଲଦାର ଆଲୋକ ଦୁବେଙ୍କୁ ‘ଶୌର୍ଯ୍ୟ ଚକ୍ର’

ନୂଆଦିଲ୍ଲୀ : ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ମରଣୋତ୍ତର ଭାବେ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ ନେଇ ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଛି।

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ବିଫଳ କରାଇଥିବା ସୁରକ୍ଷା ବାହିନୀକୁ ଭାରତୀୟ ସେନା ପକ୍ଷରୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯିବ। ଭାରତୀୟ ସେନା କହିଛି ଯେ, ଲେଫ୍ଟନାଣ୍ଟ କର୍ଣ୍ଣେଲ କୃଷ୍ଣ ସିଂହ ରାୱତ, ମେଜର ଅନିଲ ଉର୍ସ ଏବଂ ହାଭିଲଦାର ଆଲୋକ କୁମାର ଦୁବେଙ୍କୁ ମରଣୋତ୍ତର ଭାବେ ‘ଶୌର୍ଯ୍ୟ ଚକ୍ର’ରେ ସମ୍ମାନିତ କରାଯିବ।

Comments are closed.