ଭାରତର ଜ୍ବାଇଁ ହେବେ ଆଉ ଜଣେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ : ସୋଏବ ମଲ୍ଲିକଙ୍କ ପରେ ଆଉ ଜଣେ ପାକିସ୍ତାନୀ କ୍ରିକେଟର ଖୁବଶୀଘ୍ର ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି। ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୋଏବ ମଲ୍ଲିକ ୨୦୧୦ମସିହା ଏପ୍ରିଲ ୧୨ରେ ଭାରତର ଟେନିସ୍ ଷ୍ଟାର ସାନିଆ ମିରଜାଙ୍କୁ ବିବାହ କରିଥିଲେ। ଏବେ ଆଉଜଣେ ପାକିସ୍କ୍ରତାନୀ କ୍ରିକେଟର ଭାରତୀୟ କନ୍ୟାକୁ ବିବାହ କରିବେ।

ସୂଚନା ମୁତାବକ, ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ହାସନ୍ ଅଲୀ ଭାରତର କନ୍ୟାକୁ ବିବାହ କରିବେ। ହାସନ ଅଲୀ ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁଙ୍କୁ ବିବାହ କରିବେ। ଶାମିଆ ଏୟାର୍ ଏମିଟ୍ସେରେ ଫ୍ଲାଇଟ୍ ଇଞ୍ଜିନିୟର୍ ଅଛନ୍ତି। ହାସନ୍ ଅଲୀ ଓ ଶାମିଆ ଆରଜୁଙ୍କ ବିବାହ ୨୦୧୯ ଅଗଷ୍ଟ ୨୦ ତାରିଖରେ ହେବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଦୁବାଇର ଆଟଲାଣ୍ଟିସ୍ ପାମ ଜୁବେରା ହୋଟେଲରେ ଉଭୟଙ୍କ ବିବାହ ହେବାକୁ ଥିବା ସୂଚନା ମିଳିଛି।

Comments are closed.