କଂଗ୍ରେସରେ ସିଦ୍ଧୁଙ୍କୁ ବିରୋଧ; ପ୍ରଚାରରେ ସାମିଲ କରାଇବାକୁ ଚାହୁଁନାହାନ୍ତି ନେତା

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନଭଜୋତ ସିଂହ ସିଦ୍ଧୁଙ୍କୁ ଦଳରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳ ଭିତରେ ସିଦ୍ଧୁଙ୍କ ବିରୋଧରେ ନେତାମାନେ ସ୍ବର ଉତ୍ତୋଳନ କରୁଛନ୍ତି। ହରିୟାଣା କଂଗ୍ରେସର ଅନେକ ବଡ଼ ନେତା ତାଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ କରାଇବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି। ତେଣୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ନ ଦେବାକୁ ଅନେକ ନେତା ନାମ ଗୋପନ ରଖି କହିଛନ୍ତି  ।

ଗତ ଲୋକସଭା ନିର୍ବାଚନ ସମୟରେ ରୋହତକରେ ଅନୁଷ୍ଠିତ ସିଦ୍ଧୁଙ୍କ ସଭାରେ ପାକିସ୍ତାନ ବିରୋଧୀ ନାରା ଦିଆଯାଇଥିଲା। ସିଦ୍ଧୁଙ୍କୁ ଜଣେ ମହିଳା ଚପଲ ଫିଙ୍ଗିଥିଲେ। ଏହି କାରଣରୁ ସେଠାରେ ଦଳକୁ ନିର୍ବାଚନରେ କ୍ଷତି ପହଞ୍ଚିଥିବା କୁହାଯାଉଛି। ଦଳର ଅନେକ ବରିଷ୍ଠ ନେତା ନାମ ଗୋପନ ରଖି କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ସିଦ୍ଧୁଙ୍କ ବନ୍ଧୁତା ଏବଂ ପାକ୍‌ ଆର୍ମି ଜେନେରାଲ ବାଜୱାଙ୍କୁ ଆଲିଙ୍ଗନ କରିବା କାରଣରୁ ତାଙ୍କର ଦେଶ ବିରୋଧୀ ଛବି ସୃଷ୍ଟି ହୋଇଛି। ତେଣୁ ତାଙ୍କୁ ପ୍ରଚାରରେ ସାମିଲ କଲେ ସେମାନଙ୍କ ପାଇଁ କ୍ଷତିକାରକ ହେବ।

Comments are closed.