ହରିୟାଣାରେ ୬୫, ମହାରାଷ୍ଟ୍ରରେ ୫୫ ପ୍ରତିଶତ ମତଦାନ

ସମାଜ ପୋର୍ଟାଲ ଡେସ୍କ: ଉଭୟ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ସନ୍ଧ୍ୟା ୫ଟା ସୁଦ୍ଧା ଶେଷ ହୋଇଥିଲେ ମଧ୍ୟ ସେହି ଦୁଇଟି ରାଜ୍ୟର ଅଧିକାଂଶ ବୁଥରେ ଏବେ ମଧ୍ୟ ମତଦାନ ଜାରି ରହିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ଠାରୁ ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ସନ୍ଧ୍ୟା ୬ଟା ସୁଦ୍ଧା ହରିୟାଣାରେ ୬୫ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ୫୫.୮୩ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଜି ସକାଳ ୭ଟାରୁ ମହାରାଷ୍ଟ୍ରର ୨୮୮ ଓ ହରିୟାନାର ୯୦ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଥିଲା।

ଏହି ସମୟ ମଧ୍ୟରେ ହରିୟାଣାର ନର୍ନାଉନ୍ଦ ବିଧାନସଭା ଆସନରେ ସର୍ବାଧିକ ୭୩.୫୭ ପ୍ରତିଶତ ମତଦାନ ହୋଇଥିବା ବେଳେ ପାନିପତ ସିଟି ବିଧାନସଭା ଆସନରେ ସର୍ବନିମ୍ନ ୪୫ ପ୍ରତିଶତ ମତଦାନ ହୋଇଛି। ସେହିଭଳି ମହାରାଷ୍ଟ୍ରର ଶାହୁୱାଡି ବିଧାନସଭା ଆସନରେ ସର୍ବାଧିକ ୭୫.୫୯ ପ୍ରତିଶତ ମତଦାନ ହୋଇଥିବା ବେଳେ କଲ୍ୟାଣ ଇଷ୍ଟ ବିଧାନସଭା ଆସନରେ ସର୍ବନିମ୍ନ ୩୬.୪ ପ୍ରତିଶତ ମତଦାନ ହୋଇଛି।

Comments are closed.