କୁକୁଡାଖାଳିରେ ଜାଗର ଉପଲକ୍ଷେ ହରିହରଙ୍କର ଅପୂର୍ବ ମିଳନ

ଗଡମଧୁପୁର : ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପରଗଡ ପଂଚାୟତ ଅଧିନ କୁକୁଡାଖାଳି ଗ୍ରାମରେ ୮୦ତମ ଅଷ୍ଟପ୍ରହର ନାମଯଜ୍ଞ ଓ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ମହାଶିବରାତ୍ରୀ ଜାଗରରେ ଏହି ନିଳକଣ୍ଠେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ୮୦ତମ ଅଷ୍ଟପ୍ରହର ନାମଜଜ୍ଞ ଆରମ୍ଭ ହୋଇଛି। କୋଭିଡ କଟକଣା ଭିତରେ ଏବର୍ଷ ଜାଗର ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଥିବା ବେଳେ ଯାତ୍ରାକୁ ଆହୁରି ସରସ ସୁନ୍ଦର କରୁଛି ଅଷ୍ଟପ୍ରହର କୁଞ୍ଜର ସୁନ୍ଦର ପରିବେଶ। ଅନେକ ସ୍ଥାନରେ ଭଗବାନ ଶିବଙ୍କର ପୁଜାର୍ଚ୍ଚନା ହେଉଥିବା ବେଳେ ଏଠାରେ ହରି ହରଙ୍କର ଅପୂର୍ବ ମିଳନ ଭକ୍ତଙ୍କର ମନରେ ଭକ୍ତିଭାବ ସୃଷ୍ଟି କରେ। ଶହ ଶହ ଭକ୍ତଙ୍କ ଗହଣରେ ମନ୍ଦିରରେ ମହାଦେବ ଉଜାଗର ରହି ଭକ୍ତଙ୍କୁ ଦର୍ଶନ ଦେବା ସହିତ ଉଜାଗର ରହି ଦର୍ଶନ ଲାଭ କରନ୍ତି ଶୈବଭକ୍ତ। ତିନିଦିନ ଧରି ଚାଲିବାକୁଥିବା ଅଷ୍ଟପ୍ରହରୀ ନାମ ସଂଙ୍କିର୍ତ୍ତନ ଆସନ୍ତ କାଲି ସମାପନ ହେବ। ବୁଧବାର ଶୁଭାଧିବାସ ଗୁରୁବାର ନାମଯଜ୍ଞ, ଶୁକ୍ରବାର ନଗର ଭ୍ରମଣ ଓ ଦଧିଭାଣ୍ଡ ଭଙ୍ଗା ଜିବା ସହିତ ଜାଗର ଯାତ୍ରା ଶେଷ ହେବ। ଏହି ନାମ ଯଜ୍ଞରେ ସିଆ, ସିଙ୍ଗାପୁର, ତରଞ୍ଜିଆ, ମହିଶରା, ଝାଟିଆପଡା, ପନ୍ତୁରୀ, ଅଣ୍ଟିଆ, ସାତମାଣ, ଗଡମଧୁପୁର, ଗ୍ରାମର ସଙ୍କୀର୍ତ୍ତନ ଦଳ ନାମ ସଙ୍କିର୍ତ୍ତନରେ ସହଯୋଗ କରିବେ।  ଏହି ଅବସରରେ ଦୁଇ ଦିନ ପାଇଁ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ତା ରହିଛି। ଏଥିରେ ଆଖପାଖ ଦଶ ଖଣ୍ଡ ଗ୍ରାମର ଭକ୍ତମାନେ  ଯୋଗଦେଇ ହରିହରଙ୍କର ସରଣାପନ୍ନ ହୋଇଥାନ୍ତି।

Comments are closed.