୨ ସରପଞ୍ଚଙ୍କ ସହ ହରଭଙ୍ଗା ବିଡିଓ ନିଲମ୍ବିତ

ହରଭଙ୍ଗା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗାଇଡ଼୍‌ଲାଇନ୍‌ ନ ମାନି ଜଣେ ବିଡିଓଙ୍କ ସମେତ ୨ ଜଣ ସରପଞ୍ଚ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ବୌଦ୍ଧ ଜିଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀତାରେ ଅବହେଳା ପ୍ରଦର୍ଶନ ଏବଂ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଅନ୍ୟପକ୍ଷରେ ବାଲେଶ୍ବର ଜିଲା ସୋର ବ୍ଲକ ଅନ୍ତର୍ଗତ କେଦାରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଅଭିମନ୍ୟୁ ଜେନା ଅର୍ଥ ହେରଫେର ପାଇଁ ନିଲମ୍ବିତ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅଙ୍କୋରୋଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଉଷାନ୍ତ ସାହୁଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନିଲମ୍ବନ କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏ ସଂକ୍ରନ୍ତୀୟ ସମସ୍ତ ସୂଚନା ପ୍ରଦାନ କରିଛନ୍ତି।

 

Comments are closed.