ସୀମାନ୍ତ ଗୁଳି ବିନମୟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସିମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ସୋମବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ଗୁଳିରେ ଦୁଇ ହାଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ଦୁଇ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଜଣେ ମାଓ କମାଣ୍ଡର ରହିଥିବା ବେଳେ ଅନ୍ୟ ଜଣେ ମହିଳା ମାଓବାଦୀ ରହିଛି। ମୃତ ମାଓ କମାଣ୍ଡର ମାଡକାମି ଏରା ଓ ମହିଳା ମାଓବାଦୀ ପଡିଆମି ଭିମା ବୋଲି ସୁକୁମା ଏସପି ସୁନିଲ ଶର୍ମା ସୂଚନା ଦେଇଛନ୍ତି ।

ସୁକୁମା ଜିଲ୍ଲା ବେଜି ଥାନା ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ୍‌ କରି ରହିଥିବା ପୁଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ଏହାପରେ ଡିଆରଜି ସିଆରପିଏଫ ଏବଂ କୋବ୍ରା ବାଟାଲିଆନ ତରଫରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ତିନି ଘଣ୍ଟାର ଅପରେସନ ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଆହୁରି ଅନେକ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

 

Comments are closed.