ସାତକୋଶିଆରେ କୁମ୍ଭୀର ବଂଶ ବୃଦ୍ଧି ଉପରେ ଗୁରୁତ୍ୱ

ମହାନଦୀର ସୁନାଖଣିଆରେ ଛଡଗଲା ୪ଗୋଟି ଘଡିଆଳ କୁମ୍ଭୀର

ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡରେ ଘଡିଆଳ କୁମ୍ଭୀର ପ୍ରକଳ୍ପ ବିଫଳ ପରେ କୁମ୍ଭୀର ବଂଶ ବୃଦ୍ଧି ଦିଗରେ ବନ୍ୟପ୍ରାଣୀ ବିଭାଗ ଯତ୍ନବାନ ହୋଇଛି।ଘଡିଆଳ କୁମ୍ଭୀର ପ୍ରଜନନ ସଂଖ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୪ଗୋଟି ଘଡିଆଳ କୁମ୍ଭୀର ଅଣାଯାଇ ନୟାଗଡ ବନ୍ୟପ୍ରାଣି ବନଖଣ୍ଡ ଅଧିନରେଥିବା କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆ ବିଟର ମହାନଦୀରେ ଛଡାଯାଇଥିବା ସୂଚନା ମିଳିଛି।ଏମାନଙ୍କ ଗତିବିଦ୍ଧି ଅନୁଧ୍ୟାନ ପାଇଁ ସବୁ ଘଡିଆଳଲାଞ୍ଜରେ ଭି.ଏଚ.ଏଫ ସଂଯୋଗ କରାଯାଇଛି।ଏଥିପାଇଁ ଦୁଇଜଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଛି।ଚାରିଗୋଟି ଘଡିଆଳ ମଧ୍ୟରେ ଗୋଟିଏ ପୁରୁଷ ଏବଂ ୩ଟି ମାଈ ଘଡିଆଳ ରହିଛି।ଏମାନଙ୍କ ଲମ୍ବ ୬ଫୁଟରୁ ଅଧିକ ରହିଛି। ସମସ୍ତଙ୍କ ବୟସ ୪ବର୍ଷରୁ ଉଦ୍ଧ୍ୱର୍ ରହିଛି।
ସୂଚନା ଥାଉ କି ଗତ ୧୫ ଫେବୃୟାରୀରେ ୨୦୧୯ରେ ସୁନାଖଣିଆରେ ଦୁଇଟି ମାଈ ଘଡିଆଳ ଛଡାଯାଇଥିଲା।ଏହାପୁର୍ବରୁ ମହାନଦୀରେ ଅନୁଗୁଳୁ ପଟୁ ୬ଟି ଏବଂ କୁଶଙ୍ଗ ପଟୁ ୬ଟି ମାଈ ଘଡିଆଳ ଛଡାଯାଇଥିଲା। ଚଳିତବର୍ଷ ୬ ଜାନୁୟାରୀରେ ୬ଟି ଘଡିଆଳ କୁମ୍ଭୀର ଛଡାଯାଇଥିଲା।ପୃଥକ ପୃଥକ ୫ଟି ପର୍ଯ୍ୟାୟରେ ସତକୋଶିଆ ମହାନଦୀରେ ୨୬ଟି ଘଡିଆଳ ଛଡାଯାଇଥିବା ସୂଚନା ମିଳିଛି।ଗତବର୍ଷ କୁମ୍ଭୀର ଗଣନାରୁ ସାତକୋଶିଆରେ ୧୩ଟି ଘଡିଆଳ ରହିଥିବା ସୂଚନା ମିଳିଛି।ଘଡିଆଳ କୁମ୍ଭୀର ଛାଡିବା ସମୟରେ ସେଠାରେ ଅନୁଗୁଳ ଆର.ସି.ସି.ଏଫ ଅକ୍ଷୟ କୁମାର ପଟ୍ଟନାୟକ,ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥି,ଏ.ସି.ଏଫ ସାତକୋଶିଆ ଶୁଭେନ୍ଦୁ ବେହେରା,ବୈଜ୍ଞାନିକ ସୁଦର୍ଶନ ମହାରଣା, ବିଶେଷଜ୍ଞ ଲକ୍ଷ୍ମୀ ପ୍ରସାଦ ରଥ,ଅଶାରାଜ ଖାନ୍,କୁଶଙ୍ଗ ରେଞ୍ଜ
ଅଫିସର ସଂସାର ବର୍ଗୀଆ,ଡେପୁଟି ରେଞର ଦିଲେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.