ସୁବୋଧଙ୍କୁ ବିଜୁ ଜନତାଦଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ 

ହରଭଙ୍ଗା : ବିଜୁ ଜନତା ଦଳର ବୌଦ୍ଧ ଜିଲ୍ଲାସ୍ତରୀୟ କମିଟି ମଙ୍ଗଳବାର ଘୋଷଣା ହୋଇଛି। ହରଭଙ୍ଗା ପଂଚାୟତର ପୂର୍ବତନ ସରପଂଚ ସୁବୋଧ ପ୍ରଧାନଙ୍କୁ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କୁ ଦଳ ପକ୍ଷରୁ ସଭାପତି ଭାବେ ମନୋନୀତ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜୁ ଜନତାଦଳର ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ,ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ୍,ମନ୍ତ୍ରୀ ଶୁଶାନ୍ତ ସିଂ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେଥିବା ସୋଭାଗ୍ୟ ନାଏକଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ବିଜୁ ଜନତା ଦଳର ୩୯ ଜଣିଆ ଜିଲ୍ଲାସ୍ତରୀୟ କମିଟି ତାଲିକ ପ୍ରକାଶ ପାଇଛି।

Comments are closed.