୨ ହାଇୱା ମୁଁହାମୁହିଁ ଧକ୍କା ; ଜଣେ ଆହତ 

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ -ହରଭଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ସଗଡ଼ିଆ ନାଳ ପୋଲ ଉପରେ ମଙ୍ଗଳବାର ସକାଳେ ଏକ ବାଲି ବୋଝେଇ ହାଇୱା ସହିତ ଆଉ ଏକ ହାଇୱା ମଧ୍ୟରେ ମୁଁହା ମୁଁହି ଧକ୍କା ଘଟିଛି । ଏଥିରେ ବାଲି ବୋଝେଇ ହାଇୱା ଚାଳକ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଫଳରେ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।ହରଭଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି ।

Comments are closed.