ଗଡଜାତ ମହୋତ୍ସବ କମିଟି ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

ହରଭଙ୍ଗା : ଗଡଜାତ ମହୋତ୍ସବ କମିଟି ବିରନରସିଂହପୁର ପକ୍ଷରୁ ସ୍ଥାନିୟ ବନ ବିଭାଗ ନର୍ସରୀ ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ତଥା ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିରରେ ତିଲେଶ୍ୱର, ରାମଗଡ, ବିରନରସିଂହପୁର, ସାମ୍ପଚ, ମଥୁରା ପଞ୍ଚାୟତର ଆଗ୍ରହି ରକ୍ତଦାତା ଯୋଗଦେଇ ୪୨ ୟୁନିଟ ରକ୍ତଦାନ କରିଥିଲେ। ଏହି ଶିବିରରେ ଅତିଥିଭାବେ ହରଭଙ୍ଗା ବ୍ଲକ ବିଡିଓ ନିଳକଣ୍ଠ ବେହେରା, ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର, ଚଳଚିତ୍ର ନିର୍ଦ୍ଦେଶକ ବନମାଳୀ ରଣା, ପ୍ରମୁଖ ଯୋଗଦେଇ ରକ୍ତ ଦାନ କରି ଗୋଟିଏ ଜୀବନକୁ ବଂଚାଇବାଭଳି ମହତ କାର୍ଯ୍ୟ କରିବା ଏବଂ ନିଜକୁ ରୋଗମୁକ୍ତ ରଖିବା ଏଭଳି ପ୍ରୟାସ ସମସ୍ତ ବ୍ୟକ୍ତି ମଧ୍ୟରେ ରହିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏଥି ସହ ରକ୍ତଦାତାଙ୍କୁ ଉତ୍ସାହିତ କରିବାସହ ସମ୍ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ରକ୍ରମରେ ଅନୁଷ୍ଠାନର ସଂପାଦକ ଦେବାଶିଷ ମହାକୁଳ ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ମାର୍ଗଦର୍ଶକ ପୁର୍ଣ୍ଣଚନ୍ଦ୍ର ଗାଇଗୌରିଆ, ଜୟ କିଶୋର ମିଶ୍ର, ନରେନ୍ଦ୍ର କୁମାର ସାହୁ, ରଘୁନାଥ ଷଡଙ୍ଗୀଙ୍କ ସମେତ ସଦସ୍ୟ ବସନ୍ତ ପ୍ରଧାନ, କମ୍ଭୁ ପ୍ରଧାନ, ସୁଜ୍ଞାନ ପ୍ରଧାନ, ବିରାଜ ମହାକୁଳ, ସୁଶାନ୍ତ ପାତ୍ର, ପ୍ରଭାତ ନାୟକ, ଦେବେନ୍ଦ୍ର ସାହୁ, ଦୁଃଖିଶ୍ୟାମ ଗାଇଗୌରିଆ ପ୍ରମୁଖ ସହଯୋଗ କରିଥିଲେ।

Comments are closed.