ହରଭଙ୍ଗାରେ ପ୍ରଥମ ଶୀତ ଲହରୀ

ହରଭଙ୍ଗା : କାର୍ତ୍ତିକ ମାସର ପ୍ରଥମ ସପ୍ତାହରୁ ହରଭଙ୍ଗା ବ୍ଲକ ଅଞ୍ଚଳରେ ଶୀତର ପ୍ରଥମ ସ୍ପର୍ଶ ଅନୁଭୂତ ହୋଇଛି । ଗତ ତିନିରୁ ଚାରିଦିନ ହେଲା ଶୀତ ପ୍ରକୋପ ବୃଦ୍ଧି ସହିତ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ଆସ୍ତରଣ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଛି।ପ୍ରଥମ ଶୀତ ସ୍ପର୍ଶ ଅନୁଭୂତ ଯୋଗୁଁ ସ୍ଥାନେ ସ୍ଥାନେ ଲୋକେ ନିଆଁ ପୁଆଁଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।ଭୋର ସକାଳୁ ସକାଳୁ ଘନ କୁହୁଡିରେ ପ୍ରାତଃ ଭ୍ରମଣର ମଜା ଏବଂ ଚା ଦୋକାନରେ ଭିଡ ପ୍ରଥମ ଶୀତ ଅନୁଭୂତିର ମଜା ଲୋକେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।ଚଳିତବର୍ଷ ଆଗକୁ ପ୍ରବଳ ଶୀତ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Comments are closed.